ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ବିସ୍ଫୋରକ ବୟାନ ଦେଇଛନ୍ତି । କହିଛନ୍ତି, ପୂର୍ୱ ଦିନ ଭଳି ବିଜେଡିର ଆଦର୍ଶ ଆଉ ବର୍ତ୍ତମାନ ନାହିଁ । ଦଳୀୟ କାଯ୍ୟକ୍ରମରୁ ମୁଁ ଦୂରେଇ ଯାଇଛି । ଆଉ ଆଗ୍ରହ ନାହିଁ । ଦଳ ଠିକ ଭାବରେ ପରିଚାଳିତ ହେଇନାହିଁ କହିଛନ୍ତି ପ୍ରଫୁଲ୍ଲ । ବିରୋଧୀ ଦଳ ଭାବେ ଯାହା କରିବା କଥା ସେଭଳି ହେଉନି । ଆଗକୁ ଦଳରୁ ଦୂରେଇ ଯିବି, ପରିସ୍ଥିତି ଦେଖି ନିଷ୍ପତ୍ତି ନେବୁ ।










