27.1 C
Bhubaneswar
Tuesday, March 31, 2026
Homeଓଡିଶାବନ୍ୟା ପାଣିରେ ପ୍ରଭାବିତ ୧୫ରୁ ଉର୍ଦ୍ଧ୍ବ ଗାଁ

ବନ୍ୟା ପାଣିରେ ପ୍ରଭାବିତ ୧୫ରୁ ଉର୍ଦ୍ଧ୍ବ ଗାଁ

ଯାଜପୁର: ବୈତରଣୀ ଓ ତାର ଶାଖା କାଣି ନଦୀରେ ହ୍ରାସ ପାଇଛି ବନ୍ୟାଜଳ ହେଲେ ବଢିଛି ଲୋକଙ୍କ ଦୁର୍ଦଶା । ବନ୍ୟା ଛାଡ଼ିବା ପରେ ବନ୍ୟାଞ୍ଚଳର କରାଳ ଦୃଶ୍ୟ ଛାତିକୁ ଦୋହଲାଇ ଦେଉଛି । କାଣୀ ନଦୀରେ ଜଳସ୍ତର ହ୍ରାସ ପାଇଛି ସତ ହେଲେ ଏବେ ବି ମଲ୍ଲିକାପୁର ଏବଂ କସପା ପଞ୍ଚାୟତର ୧୫ରୁ ଉର୍ଦ୍ଧ୍ବ ଗାଁରେ ପାଣିଘେରରେ ରହିଛି। ଗାଁରୁ ପାଣି ଛାଡିଥିଲେ ମଧ୍ୟ ଘରେ ମାଟି କାଦୁଅ ଭର୍ତ୍ତି ହୋଇ ପାନୀୟ ଜଳ ର ଘୋର ଅଭାବ ଦେଖାଯାଇଛି l ରାସ୍ତାରେ ପାଣି ଜମି ରହି ଥିବାରୁ ରିଲିଫ କାର୍ଯ୍ୟ ସୁରୁ ଖୁରୁ ରେ ହୋଇପାରିନାହିଁ। ଧିରେ ଧିରେ ଆଶ୍ରୟ ସ୍ଥଳୀରୁ ଘରକୁ ଫେରୁଛନ୍ତି ବିପନ୍ନ ପରିବାର। ସ୍ଥିତିରେ କିଛିଟା ସୁଧାର ଆସିଛି ସତ, ମାତ୍ର ବିପନ୍ନଙ୍କ ଦୁର୍ଦ୍ଦଶା ଦୁଇଗୁଣ ବଢ଼ିଯାଇଛି। ଆଶ୍ରୟ ସ୍ଥଳୀରୁ ଘରକୁ ଫେରୁଛନ୍ତି ଆଉ ଘର ସଜାଡ଼ିବାରେ ଲାଗିପଡିଛନ୍ତି ବିପନ୍ନ ପରିବାର। ରାସ୍ତାରୁ ପାଣି କଟି ଥିବାରୁ ଲୋକମାନେ ଏବେ ଯାତାୟାତ କରିପାରୁଛନ୍ତି। ସମ୍ପୂର୍ଣ୍ଣ ଧାନ ଫସଲ ଉଜୁଡି ଯାଇଛି l ବନ୍ୟା ବିପନ୍ନ ଲୋକ ମାନଙ୍କ ଘରେ ଚୁଲି ଜଳି ନାହିଁ ରିଲିଫ ଉପରେ ନିର୍ଭର କରୁଚନ୍ତି l ବିଭିନ୍ନ ସମାଜସେବି ସଂଗଠନ ପକ୍ଷରୁ ବନ୍ୟା ବିପନ୍ନ ଲୋକଙ୍କୁ ଔଷଧ, ପାନୀୟ ଜଳ, ଶୁଖିଲା ଖାଦ୍ୟ ବଣ୍ଟା ଯାଉଛି। ସେପଟେ ପ୍ରଶାସନ ପକ୍ଷରୁ ରିଲିଫ ଓ ଖାଦ୍ୟ ସାମଗ୍ରୀ ବଣ୍ଟନ ଚାଲିଛି। ସ୍ୱେଚ୍ଛାସେବୀ ମାନେ ଔଷଧ ଓ ପିଇବା ପାଣି ବାଣ୍ଟିଛନ୍ତି। ଜଳସମ୍ପଦ ବିଭାଗ ଘାଇ ମରାମତି କାମ ଆରମ୍ଭ କରିଛି।ପ୍ରଶାସନ ପକ୍ଷରୁ ରିଲିଫ ସାମଗ୍ରୀ ଠିକି ଭାବ ରେ ପହଂଚି ପାରୁ ନାହଁ ବୋଲି ବହୁ ଅଭିଯୋଗ ମିଳୁଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking