22.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶଭାରତ ଟାଲେଣ୍ଟର ପାୱାର ହାଉସ୍‌: ମୋଦି

ଭାରତ ଟାଲେଣ୍ଟର ପାୱାର ହାଉସ୍‌: ମୋଦି

ଜାପାନ: ଜାପାନ ଟୋକିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟୋକିଓ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରି ଏବଂ ଏକ ସୁନ୍ଦର ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରାଯାଇଥିଲା। ଏହା ପରେ ସେ ଭାରତୀୟ ପ୍ରବାସୀ ସମ୍ପ୍ରଦାୟକୁ ମଧ୍ୟ ଭେଟିଥିଲେ। ସେଠାରେ ଉଦ୍‌ବୋଧନରେ ଜାପାନ ସହ ସୁସମ୍ପର୍କ କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଲେ ଭାରତର ବିକାଶରେ ଜାପାନର ଭୂମିକା ରହିଛି । ଭାରତ ହେଉଛି ଟାଲେଣ୍ଟର ପାୱାର ହାଉସ୍‌ ଭାରତର ଅର୍ଥନୀତି ଦ୍ରୁତଗତିରେ ବଢୁଛି । ଖୁବଶୀଘ୍ର ତୃତୀୟ ଅର୍ଥନୀତି ଦେଶ ହେବ ଭାରତ । ନିବେଶ ପାଇଁ ଭାରତ ସବୁଠୁ ଭଲ ସ୍ଥାନ । ଭାରତରେ ରାଜନୈତିକ, ଆର୍ଥିକ ସ୍ଥିତି ସ୍ଥିରତାରେ ଅଛି । ଅଟୋ ମୋବାଇଲ କ୍ଷେତ୍ରରେ ଆଗକୁ ବଢୁଛି ଭାରତ । ଟାଲେଣ୍ଟ ଓ ଟେକ୍ନୋଲୋଜିରେ ପରିବର୍ତ୍ତନ ସମ୍ବବ । ଭାରତର ଟାଲେଣ୍ଟ, ଜାପାନର ଟେକ୍ନୋଲୋଜି ନୂଆ ଦିଶା ହେବ । ଟାଲେଣ୍ଟ ଓ ଟେକ୍ନୋଲୋଜି ହିଁ ନେତୃତ୍ୱ ନେଇପାରିବ । ମେଟ୍ରୋରୁ ଉତ୍ପାଦନ, ସେମିକଣ୍ଡକ୍ଟରରୁ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଆମର ସହଭାଗୀତା ପାରସ୍ପରିକ ବିଶ୍ୱାସର ପ୍ରତୀକ ପାଲଟିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking