ନୂଆଦିଲ୍ଲୀ: ଆଜିଠାରୁ ବିହାରରେ ବହୁ ପ୍ରତିକ୍ଷୀତ ଏସିଆ କପ ହକି ପ୍ରତିଯୋଗିତା । ସେପ୍ଟେମ୍ବର ୭ ତାରିଖ ପଯ୍ୟନ୍ତ ଅନୁଷ୍ଠିତ ହେବ ମ୍ୟାଚ । ମୁହାଁମୁହିଁ ହେବେ ଏସିଆ ମହାଦେଶର ୮ଟି ଟିମ । ପୁଲ ଏ’ରେ ଭାରତ ସମେତ ଚୀନ, ଜାପାନ ଓ କାଜାକିସ୍ତାନ । ପୁଲ ବି’ରେ ମାଲେସିଆ , କୋରିଆ ବାଂଲାଦେଶ ଓ ଚାଇନିଜ ତାଇପେଇ । ୨୦୨୬ ଏଫଆଇଏଚ ବିଶ୍ୱକପରେ ସିଧଆସଳଖ ପ୍ରବେଶ କରିବେ ଏସିଆ କପ ବିଜେତା । ଆସନ୍ତା ବର୍ଷ ନେଦରଲ୍ୟାଣ୍ଡସ ଏବଂ ବେଲଜିୟମରେ ହେବ ଏଆଇଏଚ ପୁରୁଷ ବିଶ୍ୱକପ । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ଖେଳିବ ୧୮ ଜଣିଆ ଭାରତୀୟ ଦଳ । ଟିମରେ ୩ ଓଡିଆ ଅମିତ ରୋହିଦାସ , ଶିଳାନନ୍ଦ ଲାକ୍ରା ଓ ନୀଲମ ସଞ୍ଜୀପ ଖେସ ।










