ଯାଜପୁର: ବୈତରଣୀ ନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ହେବା ଫଳରେ ବୈତରଣୀ ନଦୀ ଜଳ ପତନ ବୃଦ୍ଧି ପାଉଛି। ଆଖୁଆପଦା ବଲ୍ଲବି ଘାଟ ଦଶରଥପୁରରେ ବୈତରଣୀ ନଦୀର ଜଳ ପତନ ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି l ବୈତରଣୀର ଶାଖା ନଦୀ କାଣୀ ନଦୀରେ କପସା ମୁସଲିମ ସାହି ନିକଟରେ ୫୦ଫୁଟ । ନଦୀବନ୍ଧରେ ଘାଇ ସୃଷ୍ଟି ହେବାରୁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। କଣ୍ଟପଡା ଠାରେ କାଣୀ ନଦୀ ବନ୍ଧ ଖୋଲା ଥିବାରୁ ବନ୍ୟା ଜଳ ଚାଷ ଜମିରେ ଲହରୀ ଭାଙ୍ଗୁଛି l କପସା ମଲ୍ଲୀକା ପୁର ଦୁଦୁରା ପ୍ରଭୁତି ପଂଚାୟତ ପାଣି ଘେର ରହିଛି ନଦୀ ବନ୍ଧ ନିର୍ମାଣ ରେ ନିମ୍ନମାନର କାର୍ଯ୍ୟ ହୋଇ ଥିବାରୁ ଅନେକ ସ୍ଥାନରେ ବନ୍ଧଭାଙ୍ଗିବାର ଆଶଙ୍କା ଥିବାରୁ ବାଲି ବସ୍ତା ପକା ଯାଉଛି l
ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟାକୁ ମୁକାବିଲା ପାଇଁ ପଦ ପଦପେକ୍ଷ ଗ୍ରହଣ କରାଯାଉଛି l ଯାଜପୁର ଜିଲ୍ଲାରେ ଆସିଥିବା ବନ୍ୟା ଫଳରେ ଦଶରଥପୁର, ଯାଜପୁର ବ୍ଲକ ପ୍ରଭାବିତ ହୋଇଛି। ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଆଜି ରାଜ୍ୟ ବିଜେଡି ଉପସଭାପତି ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ଵରେ ଏକ ଟିମ୍ ଦଶରଥପୁର ବ୍ଲକର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି ବନ୍ୟା ବିପନ୍ନ ମାନଙ୍କ ସହିତ ଆଲୋଚନା କରିଛନ୍ତି।










