21.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଯୌତୁକ ପାଇଁ ମହିଳାଙ୍କୁ ହତ୍ୟା

ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଜଣେ ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କ ଭଉଣୀ ଏବଂ ପୁଅ ସାମ୍ନାରେ ନିର୍ଯାନା  ଦେଇ ନିଆଁ ଲଗାଇ ଦେଇଛନ୍ତି ବୋଲି ପୋଲିସ ଶନିବାର ଦିନ କହିଛି । ଏହି ମାମଲାରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରାଯାଇଛି ।​​​​​​​ପୀଡିତାଙ୍କ ପୁଅ ବୟାନ ଅନୁସାରେ   ସେମାନେ ତାଙ୍କ  ମାଆଙ୍କ ଉପରେ କିଛି ତରଳ ପଦାର୍ଥ ଢାଳି ଦେଇଥିଲେ , ତା’ପରେ ତାଙ୍କୁ ଚାପୁଡ଼ା ମାରିଥିଲେ ଏବଂ ତା’ପରେ ଏକ ଲାଇଟରରେ ନିଆଁ ଲଗାଇ ଦେଇଥିଲେ ।” ଘଟଣାଟି ଗୁରୁବାର ରାତିରେ ଘଟିଛି । ଏହି ଭୟଙ୍କର ଘଟଣାର ଦୁଇଟି ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି । ଗୋଟିଏ ଭିଡିଓରେ , ଜଣେ ପୁରୁଷ ଏବଂ ଜଣେ ମହିଳା ପୀଡିତାଙ୍କୁ ଆକ୍ରମଣ କରୁଥିବା ଏବଂ ତାଙ୍କ କେଶ ଧରି ଘରୁ ବାହାର କରୁଥିବାର ଦେଖାଯାଉଛି। ଅନ୍ୟ ଭିଡିଓରେ , ମହିଳାଙ୍କୁ ନିଆଁ ଲଗାଇ ଦିଆଯିବା ପରେ ସିଡ଼ି ଦେଇ ତଳକୁ ଖସି ଯାଉଥିବା ଦେଖିବାକୁ ମିଳୁଛି।

ଗଣମାଧ୍ୟମକୁ ପରିବାର ଲୋକେହିଛନ୍ତି ଯେ ତାଙ୍କ ଭଉଣୀଙ୍କୁ ତାଙ୍କ ସ୍ୱାମୀ ବିପିନ ଏବଂ ଶ୍ୱଶୁର ଘର ଲୋକେ ୩୬ ଲକ୍ଷ ଟଙ୍କାର ଯୌତୁକ ଦାବି ପୂରଣ ନକରିବାରୁ ହତ୍ୟା କରିଛନ୍ତି। ଗୁରୁବାର ରାତିରେ ତାଙ୍କୁ ନିର୍ମମ ଭାବରେ ମାଡ଼ ମାରି ନିଆଁ ଲଗାଇ ଦିଆଯାଇଥିଲା। ସେ କହିଛନ୍ତି,  ଗତ କିଛି ଦିନ ଧରି ଯୌତୁକ ପାଇଁ ଆମକୁ ମାଡ଼ ଏବଂ ନିର୍ଯାତନା ଦିଆଯାଉଥିଲା। ସେମାନେ ଯୌତୁକରେ 36 ଲକ୍ଷ ଟଙ୍କା ଦାବି କରୁଥିଲେ। ସେମାନେ ମୋ ଭଉଣୀକୁ ନିର୍ଯାତନା ଦେଉଥିଲେ ।ପୀଡିତାଙ୍କ ଭଉଣୀଙ୍କ ଅଭିଯୋଗ ଆଧାରରେ , ପୀଡିତାଙ୍କ ସ୍ୱାମୀ ଏବଂ ତାଙ୍କ ପରିବାର ବିରୁଦ୍ଧରେ କାସନା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking