ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ଦେଓଗାମ ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ଲୋମଟାଙ୍କୁରା ଘଟଣା । ଶନିବାର ବିଳମ୍ବିତ ରାତିରେ ମହିଳାଙ୍କ ମୁଣ୍ଡ ଗଣ୍ଡି ଅଲଗା କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ନେଇ ମିଳିଛି ସୂଚନା । ମୃତ ମହିଳା ଜଣକ ହେଲେ ସୁହାଗି ବୈପାଇ । ଘଟଣାକ୍ରମେ, ଶନିବାର ଅପରାହ୍ନରେ ସୁହାଗିର ସ୍ବାମୀ ଗ୍ରାମରେ ଫୁଟବଲ ଖେଳ ଦେଖିବାକୁ ଯାଇଥିଲେ । ଘରେ ଏକୁଟିଆ ମହିଳା ଜଣକ ରହିଥିବାରୁ ଏହାର ସୁଯୋଗ ନେଇ ଏଭଳି କାଣ୍ଡ ଘଟିଥିବା ସ୍ବାମୀ ଥାନାରେ ଅଭିୟୋଗ କରିଥିଲେ । ହତ୍ୟାକାଣ୍ଡର କାରଣ ଜଣାପଡି ନ ଥିବା ବେଳେ କିଭଳି ପରିସ୍ଥିତିରେ କିଏ କେଉଁ କାରଣରୁ ଏଭଳି କାଣ୍ଡ ଘଟାଇଛି ତାହା ଏବେ ତଦନ୍ତ ସାପେକ୍ଷ । ଘଟଣା ସ୍ଥଳରେ ତିରିଂ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି। ମୃତ ଦେହକୁ ଜବତ କରି ରାଇରଙ୍ଗପୁର ଡାକ୍ତରଖାନାକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।










