ଜଟଣୀ: ଜଟଣୀରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ଚୋଟ ପରେ ଚୋଟ ମାରିଲା ଦୁର୍ବତ୍ତ । ଜଟଣୀ ଥାନା ନିକଟ ମୋଜଟଣୀ ଛକ ନିକଟରେ ମରଣାନ୍ତକ ଆକ୍ରମଣ ହୋଇଛି । ଯୁବକଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତଦନ୍ତ ସମୟରେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଆହତ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ଜଟଣୀ ବାଛରାପାଟଣା ଅଞ୍ଚଳର ବାସିନ୍ଦା ହୋଇଥିବା ନେଇ ସୂଚନା ମିଳିଛି ।










