ଭୁବନେଶ୍ୱର:ଓଡ଼ିଶାର ଅବସରପ୍ରାପ୍ତ ପୋଲିସ ପଦାଧିକାରୀ କଲ୍ୟାଣ ସମିତି ଆନୁକୁଲ୍ୟରେ ବୋଉ ଫାଉଣ୍ଡେସନ, ମା ଘର ଫାଉଣ୍ଡେସନ, ରାଜ୍ୟ ବରିଷ୍ଠ ନାଗରିକ ମହିଳା ସଂଘ, ରାଜ୍ୟ ବରିଷ୍ଠ ନାଗରିକ ଫେଡେରେସନ, ରାଜ୍ୟ ଘରୋଇ ବିଦ୍ୟାଳୟ ଅଭିଭାବକ ସଂଘ ଓ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସହେଯାଗରେ,ଗୀତଗୋବିନ୍ଦ ସଦନ ପ୍ରେକ୍ଷାଳୟରେ “ଯୁବପିଢି- ହତାଶା-ଜୀବନ” ଗଣ ମାଧ୍ୟମର ସାମାଜିକ ଦାୟିତ୍ୱବୋଧ ଉପରେ ଆଲୋଚନା ଚକ୍ର ଅବସରପ୍ରାପ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ବିପିନ ବିହାରୀ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଆତ୍ମାହୁତିରେ ପ୍ରାଣ ହରାଇଥିବା ଛାତ୍ରୀ, ଯୁବତୀ, ଯୁବକ ମାନଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ବୋଉ ଫାଉଣ୍ଡେସନର ଅତିଶ ମହାନ୍ତି ସ୍ୱାଗତ ଭାଷଣ ଓ ମା ଘର ଫାଉଣ୍ଡେସନର ରୁତୁପୂଣ୍ଣା ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଅବସର ପ୍ରାପ୍ତ ପୋଲିସ ପଦାଧିକାରୀ କଲ୍ୟାଣ ସମିତିର ସଭାପତି ସୂଯ୍ୟମଣି ତ୍ରିପାଠୀ ଆଲୋଚନା ଚକ୍ରର ଉଦ୍ଦେଶ୍ୟ ସ୍ଥାପନ କରିଥିଲେ । ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ସହଦେବ ସାହୁ , ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ବିପିନ ବିହାରୀ ମିଶ୍ର, ରାଜ୍ୟ ବରିଷ୍ଠ ନାଗରିକ ମହିଳା ସଂଘର ସଭାପତି ଡଃ ସେବା ମହାପାତ୍ର , ବରିଷ୍ଠ ସାମ୍ବାଦିକ ରବି ଦାସ ଓ ମନୋରଞ୍ଜନ ମିଶ୍ର , ମାନସିକ ରୋଗ ବିଶେଷଜ୍ଞ ଡଃ ଶୁଭେନ୍ଦୁ ମିଶ୍ର ଓ ଡଃ ଉଦିତ ପଣ୍ଡା , ଅବସରପ୍ରାପ୍ତ ସାମାଜିକ ବିଜ୍ଞାନ ପ୍ରଫେସର ଡଃ କୈଳାଶ ନାଥ ସ୍ୱାଇଁ , ହୋମିଓପାଥିକଲେଜ ଅଧ୍ୟକ୍ଷ ଡଃ ବିଜୟ ଲକ୍ଷ୍ମୀ ବିଷୋଇ , ରାଜ୍ୟ ବରିଷ୍ଠ ମହାସଂଘ ସାଧାରଣ ସଂପାଦକ ଯୁଗଳ କିଶୋର ସାହୁ, ରାଜ୍ୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମହାସଂଘ କାଯ୍ୟକାରୀ ସଭାପତି ନୀରଞ୍ଜନ ପଣ୍ଡା ଓ ଅନ୍ୟମାନେ ସେମାନଙ୍କର ବକ୍ତବ୍ୟରେ ପ୍ରକାଶ କରିଥିଲେ । ଗଣ ମାଧ୍ୟମ ଆତ୍ମାହୁତିକୁ ବହୁଳ ଭାବରେ ପ୍ରଚାର ନକରି ସାଧାରଣ ଭାବରେ ପ୍ରଚାର ଆତ୍ମାଗୁଡିକୁ ପ୍ରୋତ୍ସାହନ ମିଳିବ ନାହିଁ । ଏହାର ନିରାକରଣ ପାଇଁ ସମାଜ ସଚେତନ ହେବା ସହ ଅଭିଭାବକମାନେ ସଚେତନ ରହିବା ପାଇଁ ମତ ପ୍ରକାଶ କରାଯାଇଥିଲା । ସଂଗଠନ ସଂପାଦକ ନୀଳମୋହନ ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥିଲେ ।
ଏହାକୁ ପରିଚାଳନା କରିବାରେ ସମିତିର କାଯ୍ୟକାରୀ ସଭାପତି ବାମନ ଚରଣ ପଣ୍ଡା, ସାଧାରଣ ସଂପାଦକ ବିଜୟ କୃଷ୍ଣ ମହାନ୍ତି, ଉପସଭାପତି, ସୁରେନ୍ଦ୍ର କୁମାର ସାହୁ, କ୍ରୀଡା ଓ ସାଂସ୍କୃତିକ ସଂପାଦକ ସୁବେଶ ଚନ୍ଦ୍ର ସାମଲରାଧାନାଥ ମହାପାତ୍ର, ସହ ସଂଯୋଜକ ଯୁଧିଷ୍ଠିର ମଲ୍ଲିକ, ବରିଷ୍ଠ ସଭ୍ୟ ରବିନ୍ଦ୍ର କୁମାର ମହାପାତ୍ର, ସୁକାନ୍ତ ଦାଶ, ବିମଳ କୁମାର ମହାନ୍ତି, ଗୁରୁଚରଣ ମହାନ୍ତି, ଲକ୍ଷ୍ମଣ କୁମାର ବେହେରା , ତପସ୍ୱିନୀ ଆରୁଖ ମାନେ ସାହାଯ୍ୟ କରିଥିଲେ ବୋଲି ସଂଗଠନ ସଂପାଦକ ନୀଳ ମୋହନ ତ୍ରିପାଠୀ ଜଣାଇଛନ୍ତି ।










