ଭୁବନେଶ୍ୱର: କାମରେ ଖିଲାଫ କଲେ ଦରମା ବନ୍ଦ । କୃଷି ସଚିବ ଅରବିନ୍ଦ ପାଢୀଙ୍କ ପକ୍ଷରୁ କଡା ନିର୍ଦ୍ଦେଶନାମା ଜାରି କରାଯାଇଛି । ପଦୋନ୍ନତିପ୍ରାପ୍ତ/ ବଦଳି ଅଧିକାରୀ ନିଯୁକ୍ତି ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ପରିସ୍ଥିତିରେ ନିର୍ଦ୍ଦେଶ କାଯ୍ୟକାରିତାକୁ ସ୍ଥଗିତ ରଖାଯିବ ନାହିଁ । ଆଗଷ୍ଟ ୩୧ ସୁଦ୍ଧା ନିଯୁକ୍ତ ସ୍ଥାନରେ ଯୋଗ ନଦେଲେ ଶୃଙ୍ଖଳାଗତ କାଯ୍ୟାନୁଷ୍ଠାନ ନିଆଯିବ । ସେପ୍ଟେମ୍ବର ମାସରୁ ଦରମା ବନ୍ଦ କରାଯିବ । ବାହ୍ୟ ପ୍ରଭାବ ଆଣିବାର ପ୍ରୟାସ କଲେ କାଯ୍ୟାନୁଷ୍ଠାନ ନିଆଯିବ । ନିର୍ଦ୍ଦେଶାଳୟ ଓ କ୍ଷେତ୍ର ପ୍ରତିଷ୍ଠାନ ମୁଖ୍ୟ ଆଦେଶ ଅନୁପାଳନ ଉପରେ ନଜର ରଖିବେ ।










