26.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶମସଜିଦ ଉପରକୁ ଆଖିବୁଜା ଗୁଳିମାଡ: ୨୭ ମୃତ

ମସଜିଦ ଉପରକୁ ଆଖିବୁଜା ଗୁଳିମାଡ: ୨୭ ମୃତ

ନୂଆଦିଲ୍ଲୀ: ଉତ୍ତର ନାଇଜେରିଆର କାଟସିନାରେ କିଛି ଦୁର୍ବୃତ୍ତ ମସଜିଦ ଉପରକୁ ଗୁଳି ଚାଳନା କରିଥିଲେମୁସଲମାନ ମାନେ ନମାଜ ପାଠ କରୁଥିବା ସମୟରେ ଗୁଳି ଚାଳନା ହୋଇଥିଲାଗୁଳି କାଣ୍ଡରେ ଅତି କମରେ ୨୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।ସେଠାକାର ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ମାଲୁମଫାସି ଅଞ୍ଚଳର ଦୂର ଉଙ୍ଗୁଆନ ମାଣ୍ଟୌରେ ମୁସଲମାନମାନେ ସ୍ଥାନୀୟ ସମୟ ପ୍ରାୟ ଭୋର ୪ଟାରେ ପ୍ରାର୍ଥନା ପାଇଁ ଏକତ୍ରିତ ହୋଇଥିବା ସମୟରେ ଆକ୍ରମଣକାରୀମାନେ ମସଜିଦ ଭିତରେ ଗୁଳି ଚଳାଇଥିଲେ। ଜୁନ୍ ମାସରେ ସମାନ ପ୍ରକାର ସ୍ଥିତିରେ ଉତ୍ତର-କେନ୍ଦ୍ରୀୟ ନାଇଜେରିଆରେ ଏକ ଆକ୍ରମଣରେ ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ସେଠାକାର ରାଜ୍ୟ କମିଶନର ନାସିର ମୁଆଜୁ କହିଛନ୍ତି ଯେ ମଙ୍ଗଳବାର ରକ୍ତପାତ ପରେ ଆହୁରି ଆକ୍ରମଣକୁ ରୋକିବା ପାଇଁ ଉଙ୍ଗୁଆନ୍ ମାଣ୍ଟାଉ ଅଞ୍ଚଳରେ ସେନା ଏବଂ ପୋଲିସ ମୁତୟନ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବନ୍ଧୁକଧାରୀମାନେ ପ୍ରାୟତଃ ବର୍ଷା ଋତୁରେ କ୍ଷେତରେ ଫସଲ ମଧ୍ୟରେ ଲୁଚି ରହି ଆକ୍ରମଣ କରିଥାନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking