25.1 C
Bhubaneswar
Monday, March 23, 2026
Homeଦେଶ ବିଦେଶଟ୍ରେନିଂ ସମୟରେ ଆଘାତ ବା ଅକ୍ଷମ ହେଉଥିବା ଯବାନଙ୍କୁ ବୀମା ସୁରକ୍ଷା ଦିଅ: ସୁପ୍ରିମକୋର୍ଟ

ଟ୍ରେନିଂ ସମୟରେ ଆଘାତ ବା ଅକ୍ଷମ ହେଉଥିବା ଯବାନଙ୍କୁ ବୀମା ସୁରକ୍ଷା ଦିଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେନା ପ୍ରଶିକ୍ଷଣ ସମୟରେ ଆଘାତ ବା ଅକ୍ଷମତା ହେଉଥିବା କ୍ୟାଡେଟମାନଙ୍କୁ ବୀମା ସୁରକ୍ଷା ଯୋଗାଇ ଦିଆଯାଉ। ଜଷ୍ଟିସ ବି. ଭି. ନାଗରତ୍ନା ଓ ଆର. ମହାଦେବନଙ୍କ ବେଞ୍ଚ କହିଛନ୍ତି, “ଆମେ ଚାହୁଁଛୁ ଏହି ସାହସୀ କ୍ୟାଡେଟମାନେ ସେନାରେ ଯୋଗଦେଉ। ଆଘାତ ବା ଅକ୍ଷମତା ସେମାନଙ୍କ ପାଇଁ ବାଧକ ହେବା ଉଚିତ ନୁହେ।” ଏହି ମାମଲାରେ ସୁପ୍ରିମକୋର୍ଟ ନିଜ ଆଡୁ ସଂଜ୍ଞାନ ନେଇ କେନ୍ଦ୍ର ଓ ପ୍ରତିରକ୍ଷା ବିଭାଗଙ୍କ ନିକଟରୁ ସେପ୍ଟେମ୍ବର ୪ ସୁଦ୍ଧା ଉତ୍ତର ମାଗିଛନ୍ତି। କୋର୍ଟ ପ୍ରଶିକ୍ଷଣରେ ଅକ୍ଷମ ହୋଇଥିବା କ୍ୟାଡେଟମାନଙ୍କ ପାଇଁ ଗ୍ରୁପ ବୀମା ଯୋଜନା, ବର୍ତ୍ତମାନର ୪୦,୦୦୦ ଟଙ୍କାର ଏକକାଳୀନ ଅନୁକମ୍ପା ରାଶି ବୃଦ୍ଧି ଏବଂ ପୁନର୍ବାସନ ଯୋଜନା ଅନୁସନ୍ଧାନ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟକୁ ଜଣାପଡ଼ିଛି ଯେ, ଏହି କ୍ୟାଡେଟମାନଙ୍କୁ ଏକ୍ସ-ସର୍ଭିସମେନ କଣ୍ଟ୍ରିବ୍ୟୁଟୋରୀ ହେଲଥ ସ୍କିମ (ଇସିଏଚଏସ) ସୁବିଧା ପାଇଁ ମନ୍ତ୍ରଣାଳୟ ଅନୁମୋଦନ ଦେଇଥିଲେ ହେଁ ଏହା କାର୍ଯ୍ୟକାରୀ ହୋଇ ନାହିଁ। କୋର୍ଟ ପରାମର୍ଶ ଦେଇଛନ୍ତି ଯେ, ଚିକିତ୍ସା ପରେ ଏହି କ୍ୟାଡେଟମାନଙ୍କୁ ଡେସ୍କ ଜବ୍‌ ବା ପ୍ରତିରକ୍ଷା ସେବା ସହ ଜଡ଼ିତ ଅନ୍ୟ କାର୍ଯ୍ୟରେ ପୁନର୍ବାସନ କରାଯାଇ ପାରେ। ଏକ ମିଡ଼ିଆ ରିପୋର୍ଟ ଅନୁଯାୟୀ, ୧୯୮୫ ପରେ ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନଡିଏ) ଓ ଇଣ୍ଡିଆନ ମିଲିଟାରୀ ଏକାଡେମୀ (ଆଇଏମଏ) ଭଳି ପ୍ରତିଷ୍ଠାନରୁ ପ୍ରାୟ ୫୦୦ ଅଫିସର କ୍ୟାଡେଟ ପ୍ରଶିକ୍ଷଣ ସମୟରେ ଅକ୍ଷମତା ଯୋଗୁଁ ମେଡିକାଲ ଡିସଚାର୍ଜ ହୋଇଛନ୍ତି। ଏନଡିଏରେ ୨୦୨୧ରୁ ୨୦୨୫ ଜୁଲାଇ ମଧ୍ୟରେ ୨୦ ଜଣ ଏଭଳି କ୍ୟାଡେଟ ଡିସଚାର୍ଜ ହୋଇଛନ୍ତି। ଏମାନେ ଏକ୍ସ-ସର୍ଭିସମେନ ମାନ୍ୟତା ପାଇ ନ ଥିବାରୁ ମିଳୁଥିବା ୪୦,୦୦୦ ଟଙ୍କାର ଏକକାଳୀନ ଅନୁକମ୍ପା ରାଶି ସେମାନଙ୍କ ଚିକିତ୍ସା ଖର୍ଚ୍ଚ ପାଇଁ ଅପହଞ୍ଚ ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking