ଝାରସୁଗୁଡା: ପୁଣି ଦେଖାଦେଲାଣି ବାଘ ଆତଙ୍କ । ଝାରସୁଗୁଡା ଲଇକେରା ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି । ଲଇକେରା ବ୍ଲକରେ ବାଘର ପାଦ ଚିହ୍ନ ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି । ଲଇକେରା ଓ ସୁନ୍ଦରଗଡ ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳ ଭୁକୁଲାପଡା, ଗଞ୍ଜୁଡିହି, କର୍ଲାଖମନ, ଜାମାଲ ଆଦି ସ୍ଥାନରେ ବାଘର ପାଦ ଚିହ୍ନ ପଡିଛି । ଏହି ଅଞ୍ଚଳରେ ବାଘ ଚଳପ୍ରଚଳ କରୁଥିବା ଜଣାପଡିଛି । ବାଘ ପାଦଚିହ୍ନ ଦେଖି ଭୟଭୀତ ଅବସ୍ଥାରେ ଅଛନ୍ତି ଲୋକ । ଏନେଇ ଖବର ପାଇ ବନ ବିଭାଗ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛି । ବାଘ କେଉଁ ସ୍ଥାନରେ ବୁଲୁଛି ଖୋଜାଖୋଜି ଆରମ୍ଭ କରିଛି ବନ ବିଭାଗ ।










