18.1 C
Bhubaneswar
Saturday, December 6, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଯେଉଁମାନେ ଆତ୍ମସମ୍ମାନ କୁ ଧନ ରୂପେ ବିବେଚନା କରନ୍ତି ସେମାନେ ବାସ୍ତବରେ ଚିରଞ୍ଜିବୀ । ଆତ୍ମସମ୍ମାନ କୁ ଗରୁତ୍ବ ଦେଉନଥିବା ବ୍ୟକ୍ତିମାନେ ,ସେମାନଙ୍କ ପାଖରେ ଯେତେ ଧନ ଥିଲେ ମଧ୍ୟ, ସେମାନେ ଯେତେଦିନ ବଞ୍ଚି ରହିଲେ ମଧ୍ୟ ଅନ୍ୟ ମାନଙ୍କ ପାଖରେ ସେମାନଙ୍କର ମୂଲ୍ୟ କିଛି ନଥାଏ ।

ଜୀବନରେ ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ ,କାହିଁକିନା ଲୁହା ଥଣ୍ଡାରେ ହିଁ ମଜଭୂତ ଥାଏ । ତାକୁ ଗରମ ଅବସ୍ଥାରେ ଯେପରି ଚାହିଁବେ ସେପରି ଆକାର ଦେଇ ପାରିବେ ।

ପ୍ରତ୍ୟେକ ସମ୍ପର୍କ କୁ ସମ୍ମାନ ଦେଲେ ହିଁ ଆପଣ ସମ୍ମାନ ପାଇବେ ,ନହେଲେ ଏମିତି ଏକ ଦିନ ଆସିବ ସମ୍ପର୍କ ତ ଥିବ ପାଖରେ ଆପଣାର କେହି ନଥିବ

ସ୍ବାର୍ଥରେ ପାଗଳ ଏ ସାରା ଦୁନିଆ ଜଗି ରଖି ପାଦ ଥୁଅ, ସ୍ବାର୍ଥ ସରିଗଲେ ତଣ୍ଟି କାଟି ଦେବେ ମୁଖା ପିନ୍ଧା ସବୁ ମୁହଁ !!”

ନିଜ ପାଖରେ ଯେତେ ଜ୍ଞାନ କିମ୍ବା ଦକ୍ଷତା ଥିଲେ ସୁଦ୍ଧା ଯଦି ଆପଣଙ୍କ ପାଖରେ ସାହସ ନାହିଁ ତେବେ ଆପଣ କୌଣସି କାର୍ଯ୍ୟରେ ସଫଳତା ହାସଲ କରି ପାରିବେ ନାହିଁ. ତେଣୁ କାମ କରିବା ପୂର୍ବରୁ ପ୍ରଥମେ ନିଜ ସାହସକୁ ଏକଜୁଟ କରି କାମ ଆରମ୍ଭ କରନ୍ତୁ !!”

“ନିଜର କଳ୍ପନା ଶକ୍ତିକୁ ବ୍ୟବହାର କରି ଜୀବନକୁ ପରିବର୍ତ୍ତନ କରିବାର କ୍ଷମତା ଆମର ଅଛି | କଳ୍ପନା ଏକ ମାଂସପେଶୀ ଭଳି ଏହାକୁ ଯେତେ ଅଧିକ ବ୍ୟବହାର କରିବ ସେ ସେତେ ଅଧିକ ଶକ୍ତିଶାଳୀ ହେବ . କିନ୍ତୁ ତାକୁ ଉଚିତ୍ ମାର୍ଗରେ ବ୍ୟବହାର କରନ୍ତୁ ଭବିଷ୍ୟତ ଆନନ୍ଦମୟ ହେବ !!”

“ଏମିତି କିଛି ପ୍ରଶ୍ନ ଥାଏ ଯାହାର ଉତ୍ତର କେବେବି ମିଳି ନଥାଏ. ଏମିତି କିଛି ଭୁଲ୍ ଥାଏ ଯାହାର କ୍ଷମା ସହଜରେ ମିଳି ନଥାଏ. ଆଉ ଏମିତି କିଛି କଷ୍ଟ ଥାଏ ଯାହା କାହାକୁ କହି ହୋଇ ନଥାଏ !!”

ନୌକା ଜଳରେ ରହିପାରେ, କିନ୍ତୁ ନୌକା ମଧ୍ୟରେ ଜଳ ରହିବା ଅନୁଚିତ l
ସେଇଭଳି ଭାବରେ ସାଧକ ସଂସାରରେ ରହୁ କିନ୍ତୁ ସଂସାରର ମାୟା ମୋହ ସାଧକ ଭିତରେ ନ ରହୁ l
ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମି ଭବ ତୁମେ

ଅଦ୍ୟ ଅଗଷ୍ଟ ମାସ ୧୮ ତାରିଖ ୨୦୨୫ ମସିହା (ସୋମବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-ସିଦ୍ଧାର୍ଥ
ଭାଦ୍ରବ ମାସ- କୃଷ୍ଣପକ୍ଷ
ତିଥି- ଦଶମୀ ସନ୍ଧ୍ୟା ଘ୦୫/୪୭ ଗତେ ଏକାଦଶୀ
ନକ୍ଷତ୍ର- ମୃଗଶିରା ରାତ୍ରି ଘ୦୩/୧୩ ଗତେ ଆର୍ଦ୍ରା
ଚନ୍ଦ୍ର- ବୃଷ ଦିବା ଘ୦୩/୪୫ଗତେ ମିଥୁନ
ଯୋଗ- ହର୍ଷନ
କରଣ – ବାଣିଜ୍ୟ
ସୌରମାସ- ସିଂହ ୦୨ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୩୧/୨୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୦/୧୨
*✧═════•❁❀
ଯୋଗିନୀ ଉତ୍ତରେ ସନ୍ଧ୍ୟା ଘ୦୫/୪୭ ଗତେ ଅଗ୍ନିକୋଣେ
ବିଛା ରାଶିର ଘାତଚନ୍ଦ୍ର
ମିଥୁନ ରାଶିର ଘାତବାର
ଦଶମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଦିବା ଘ୦୮/୪୫ ଗତେ ଘ୧୦/୨୨ ମଧ୍ୟେ
ବାରବେଳା- ଦିବା ଘ୦୭/୦୧ଗତେ ଘ୦୮/୪୫ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୭/୦୦ ମଧ୍ୟେ ଓ ଘ୧୧/୨୩ ଗତେ ଘ୧୨/୪୧ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୩/୦୬ ଗତେ ଘ୦୪/୪୩ ମଧ୍ୟେ
═✧══•❁❀❁•═════✧
ଅଦ୍ୟ କଳମଶାଗ ଭକ୍ଷଣ ନିଷେଧ
═✧══•❁❀❁•═════✧
ରାଶି ଫଳ
✧═════•❁❀❁•═════
ମେଷ
ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ ।
✧═════•❁❀❁•═════✧
ବୃଷ
ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ ।
✧═════•❁❀❁•═════
ମିଥୁନ
ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଇଛାକରିବେ , କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇପାରେ । ଆପଣ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଆଜି ସଫଳ ହେବେ।
✧═════•❁❀❁•═════
କର୍କଟ
ଆଜି ଆପଣ କୌଣସି ଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ ।ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ ।
✧═════•❁❀❁•═════
ସିଂହ
: ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ।ପୂର୍ବରୁ ସଂଚିତ ଧନନାଷ ଓ ଅଯଥା ବିବାଦ ହେବାକାରଣରୁ ମନଭଲରହିବ ନାହିଁ
✧═════•❁❀❁•═════
କନ୍ୟା
ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।

✧═════•❁❀❁•═════
ତୁଳା
ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ ।
✧═════•❁❀❁•═════
ବିଛା
ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ ।
✧═════•❁❀❁•═════
ଧନୁ
ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥି ପାଇଁ ଆପଣ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ ।
✧═════•❁❀❁•═════
ମକର
: ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ ।
✧═════•❁❀❁•═════
କୁମ୍ଭ
: ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।
✧═════•❁❀❁•═════✧
ମୀନ
: ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking