27.1 C
Bhubaneswar
Tuesday, May 12, 2026
Homeଓଡିଶାଆସନ୍ତାକାଲି ଭଗବାନ ସିଂହଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ଆସନ୍ତାକାଲି ଭଗବାନ ସିଂହଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ଡ଼େରାବିଶ: ଆସନ୍ତାକାଲି ଭଗବାନ ସିଂହଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉତ୍ସବ। ଧର୍ମପରାୟଣ ବ୍ୟକ୍ତି ଭଗବାନ ସିଂହଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ଯଥାବିଧି ଅନୁଷ୍ଠିତ ହେବ। ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ଡେରାବିଶ୍ ବ୍ଲକ୍ କେନ୍ଦ୍ରପଡା ସ୍ଥିତ ବାସଭବନରେ ଶ୍ରାଦ୍ଧବାର୍ଷିକୀ ଉତ୍ସବ ଅନୁଷ୍ଠିତ ହେବ। ବାର୍ଷିକ ଶ୍ରାଦ୍ଧାଦି କର୍ମ ଓ ପ୍ରସାଦ ସେବନ ଦିନ ୧୨ଟାରେ ଅନୁଷ୍ଠିତ ହେବ। ଭଗବାନ ସିଂହ ୫ ଜୁଲାଇ ୧୯୫୧ରେ ଜନ୍ମଗ୍ରହଣ କରିଥିଲେ। ଏବଂ ୨୮ ଅଗଷ୍ଟ ୨୦୨୪ରେ ତାଙ୍କର ଦେହାନ୍ତ ହୋଇଥିଲା । ସେ ଡେରାବିଶ୍ କଲେଜରେ ଚତୁର୍ଥ ଶ୍ରେଣୀର କର୍ମଚାରୀ (ପିଅନ) ଭାବେ କାର୍ଯ୍ୟରତ ଥିଲେ। ସେ କଲେଜରେ କାର୍ଯ୍ୟରତ ଥିବା ସମୟରେ ସେଠାକାର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ହୃଦୟ ଜିତିଥିଲେ। କଲେଜର ଛାତ୍ରଛାତ୍ରୀଙ୍କ ସହ ତାଙ୍କ ସମ୍ପର୍କ ଅତି ନିବିଡ ଥିଲା। ସ୍ୱର୍ଗତ ଭଗବାନ ସିଂହ ରାଧାକୃଷ୍ଣ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ସଦାସର୍ବଦା ତତ୍ପର ରହୁଥିଲେ। ମଠ, ମନ୍ଦିରର ସଫା ସୁତରା କେମିତି ରହିବ ସେ ସର୍ବଦା ଯନ୍ତବାନ୍ ଥିଲେ। ସ୍ଥାନୀୟ ଅଞ୍ଚଳରେ ପ୍ରତ୍ୟେକ ଲୋକଙ୍କ ହୃଦୟ ଜିତିଥିଲେ। ସେ ଜଣେ ମିଷ୍ଠଭାସୀ ଏବଂ ଧର୍ମପରାୟଣ ବ୍ୟକ୍ତି ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking