ନୂଆଦିଲ୍ଲୀ: ଆସନ୍ତା ୧୯ରେ ବସିବ ଏନଡିଏ ସଂସଦୀୟ ଦଳ ବୈଠକ । ସକାଳ ୯ଟା ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂଣ୍ଣ ବୈଠକ ବସିବ । ଏନଡିଏ ସଂସଦୀୟ ଦଳକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ ବୈଠକରେ ଉପରାଷ୍ଟ୍ରପତି ନିର୍ୱାଚନ ନେଇ ପ୍ରାର୍ଥୀ ସମ୍ପର୍କରେ ଆଲୋଚନା ହୋଇପାରେ । ଏନଡିଏରୁ କିଏ ହେବେ ଉପରାଷ୍ଟ୍ରପତି ସେନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ବୈଠକରୁ ନିଷ୍କର୍ଶ ଆସିପାରେ । ଏହି ବୈଠକରେ ମୋଦୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ସାମିଲ ହେବା ନେଇ ସୂଚନା ରହିଛି ।









