ନୂଆଦିଲ୍ଲୀ: ଆଜି ଜନ୍ମାଷ୍ଟମୀ । ଶ୍ରୀକୃଷ୍ଣଙ୍କର ଜନ୍ମଦିନ । ଏଥିପାଇଁ ଚଳ ଚଞ୍ଚଳ ମଥୁରା , ବୃନ୍ଦାବନ ସହ ସାରା ଦେଶ । ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ମହାଆଡମ୍ବରରେ ପାଳନ ହେଉଛି । କୃଷ୍ଣ ଜନ୍ମନୀତି । ବିଭିନ୍ନ ମନ୍ଦିର ସମେତ ଘରେ ଘରେ ବି ପାଳନ ହେଉଛି ଜନ୍ମାଷ୍ଠମୀ । ପୌରାଣିକ କଥା ଅନୁସାରେ ଦ୍ୱାପର ଯୁଗରେ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଧରାବତରଣ କରିଥିଲେ ଭଗବାନ ଶ୍ରୀ କୃଷ୍ଣ । ଧର୍ମର ରକ୍ଷା ପାଇଁ ଅଧର୍ମର ବିନାଶ ପାଇଁ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିର ମଧ୍ୟ ରାତ୍ରିରେ ଦେବକୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ ଶ୍ରୀକୃଷ୍ଣ । ତାଙ୍କ ଜନ୍ମ ତିଥିରେ ଶ୍ରୀ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହେବ । ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କର ଜନ୍ମନୀତି ଓ ବାଲ୍ୟଲୀଳା ପ୍ରସ୍ତାବ ଅନ୍ୟତମ ତଥା ଆକର୍ଷଣୀୟ । ଆଜି ସ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ପରେ ଗର୍ଭଗୃହ ସଫାହେବା ପରେ ବନ୍ଦ କରାଯାଏ ଜୟ ବିଜୟ ଦ୍ୱାର । ଟେରା ବନ୍ଧା ହୋଇ ଅଣସର ପିଣ୍ଡିଠାରେ ଯେଉଡ ଭୋଗ , ଶାଗ , ତରକାରୀ , ଖିରୀ ରୋଷରୁ ଆସି ଶ୍ରୀଛାମୁରେ ରଖାହୁଏ । ଆଜି ସନ୍ଧ୍ୟା ୭ଟାରୁ ରାତି ୧୦ ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ।










