31.1 C
Bhubaneswar
Friday, February 13, 2026
Homeଓଡିଶାଦିବ୍ୟାଙ୍ଗ ଭଉଣୀ ମାନଙ୍କ ସଫଳତା କାହାଣୀ ଆମ ସମସ୍ତଙ୍କ ପାଇଁ ପ୍ରେରଣା: ପ୍ରଭାତୀ ପରିଡା

ଦିବ୍ୟାଙ୍ଗ ଭଉଣୀ ମାନଙ୍କ ସଫଳତା କାହାଣୀ ଆମ ସମସ୍ତଙ୍କ ପାଇଁ ପ୍ରେରଣା: ପ୍ରଭାତୀ ପରିଡା

ଭୁବନେଶ୍ୱର: ଦିବ୍ୟାଙ୍ଗ ଭଉଣୀମାନଙ୍କ ସଫଳତା କାହାଣୀ ଆମ ସମସ୍ତଙ୍କ ପାଇଁ ପ୍ରେରଣା। ଦିବ୍ୟାଙ୍ଗ ମହିଳାମାନଙ୍କ ଆର୍ଥିକ ଓ ସାମାଜିକ ସୁରକ୍ଷା ଦ୍ବାୟିତ୍ଵ ରାଜ୍ୟ ସରକାରଙ୍କ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି । ଆଜି ମିଶନଶକ୍ତି ଭବନ ଠାରେ ଏକ ଭାବପୂର୍ଣ୍ଣ ପରିବେଶରେ ଦିବ୍ୟାଙ୍ଗ ଭଉଣୀମାନଙ୍କ ସହ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଦିବ୍ୟାଙ୍ଗ ମହିଳାମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଖୋଲା ଆଲୋଚନା କରିଥିଲେ । ପର୍ଯ୍ୟଟନ ସ୍ଥାନକୁ ଦିବ୍ୟାଙ୍ଗ ଅନୁକୂଳ କରିବା ନିମନ୍ତେ ସେ ନିର୍ଦ୍ଦେଶ ଦେଇଛନ୍ତି।ସମସ୍ତ ଦିବ୍ୟାଙ୍ଗ ଭଉଣୀ ମାନଙ୍କୁ ସୁଭଦ୍ରା ଯୋଜନାରେ ଯୋଡିବାକୁ ପ୍ରତିଶ୍ରୁତି ଦେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦିଗଦର୍ଶନରେ ଆମେ ସମସ୍ତେ ଏକଜୁଟ ହୋଇ ବିକଶିତ ଓଡ଼ିଶାର ସ୍ବପ୍ନ ପୂରଣ କରିବା ବୋଲି ଶ୍ରୀମତୀ ପରିଡା ଦୃଢ଼ ମତ ରଖିଛନ୍ତି। ଦିବ୍ୟାଙ୍ଗ ମହିଳାମାନଙ୍କ ଦକ୍ଷତାକୁ ମଞ୍ଚ ପ୍ରଦାନ କରିବା ପାଇଁ ରାଜ୍ୟସ୍ତରୀୟ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।ପ୍ରତି ଦିବ୍ୟାଙ୍ଗମାନେ ନିଜ ନିଜର ଅନୁଭୂତି ବାଣ୍ଟିବା ସହ ଅଙ୍ଗେ ନିଭାଇଥିବା ସମସ୍ୟାଗୁଡିକୁ ଉପସ୍ଥାପନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଶ୍ରୁତି ମହାପାତ୍ର ଯୋଗ ଦେଇ ଓଡ଼ିଶାରେ ଦିବ୍ୟାଙ୍ଗ ମହିଳାମାନଙ୍କ ସ୍ଥିତି ଓ ପରିସ୍ଥିତି ବିଷୟରେ ବିଶଦ ବିବରଣୀ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ନିର୍ଦ୍ଦେଶକା ମୋନିଷା ବାନାର୍ଜୀ ମିଶନ ଶକ୍ତି ବିଭାଗ ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking