ନୂଆଦିଲ୍ଲୀ: ସାରା ଦେଶ ପାଳୁଛି ୭୯ ତମ ସ୍ୱାଧୀନତା ଦିବସ । ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦି । ଲାଲକିଲ୍ଲାରୁ ପ୍ରଧାମନ୍ତ୍ରୀ ମୋଦି ଐତିହାସିକ ସମ୍ବୋଧନ କରିଛନ୍ତି । ଲଗାତାର ୧୨ ଥର ପାଇଁ ଦେଶବାସୀଙ୍କୁ ମୋଦି ସମ୍ବୋଧନ କରିଛନ୍ତି । କହିଛନ୍ତି, ସ୍ୱାଧୀନତାର ମହାପର୍ୱ , ସଂକଳ୍ପର ପର୍ୱ । ଏହି ମହାପର୍ୱ ୧୪୦ କୋଟି ଭାରତୀୟଙ୍କ ସଂକଳ୍ପର ପର୍ୱ । ଆଜି କୋଣ ଅନୁକୋଣରେ ଗୋଟିଏ ମନ୍ତ୍ର ଦେଶ ପ୍ରଥମ । ସମ୍ବିଧାନ ହିଁ ଦେଶକୁ ନୂଆ ଦିଗ ଦେଖାଇଛି । ଆଜିର ଦିନରେ ସମ୍ବିଧାନ ନିର୍ମାତାଙ୍କୁ ନମନ କରୁଛି ।










