ନୂଆଦିଲ୍ଲୀ: ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ୍ସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସର ସବୁ ଦେଶବାସୀଙ୍କ ଜୀବନରେ ନୂଆ ଉତ୍ସାହ ଆଣୁ । ଏହା ବିକଶିତ ଭାରତ ନିର୍ମାଣରେ ନୂଆ ଗତି ଆଣିବ । ଅନ୍ୟପଟେ ଆଜି ସାରା ଦେଶ ପାଳୁଛି ୭୯ ତମ ସ୍ୱାଧୀନତା ଦିବସ । ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଲଗାତାର ୧୨ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରିବେ । ସ୍ୱତନ୍ତ୍ର ଅତିଥି ଭାବେ ଉପସ୍ଥିତ ରହିବେ ୮୫ ଗାଁର ସରପଞ୍ଚ । ୧୧ ହଜାର ସୁରକ୍ଷାକର୍ମୀ, ୩ ହଜାର ଟ୍ରାଫିକ ପୋଲିସ ମୁତୟନ ଅଛନ୍ତି ।










