ପିପିଲି: ପିପିଲି ମହିଳା ପୋଡି ଘଟଣାରେ ଅତିରିକ୍ତ ଏସପି ବଡ ସୂଚନା ଦେଇଛନ୍ତି । କହିଛନ୍ତି, ପାରିବାରିକ କଳହ ନଥିଲା, ଋଣ ଚାପରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଘଟଣାସ୍ଥଳରୁ ସୁଇସାଇଡ ନୋଟ ଓ କିରାସିନି ବୋତଲ ଜବତ ହୋଇଛି । ମିଳିଥିବା ସୁଇସାଇଡ ନୋଟକୁ ଯାଞ୍ଚ ପାଇଁ ପଠାଯାଇଛି । ପାଖରେ ଥିବା ସିସିଟିଭି ମଧ୍ୟ ଯାଞ୍ଚ କରାଯାଉଛି । ଶରୀରର ୯୦ ପ୍ରତିଶତ ପୋଡିଛି । ଭେଣ୍ଟିଲେଟରରେ ରହିଛନ୍ତି । ସୂଚନା ଥାଉକି, ଗତକାଲି ପିପିଲିରେ ଜଣେ ମହିଳା ଜଳିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପିପିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରର ୯୦ ପ୍ରତିଶତ ପୋଡିଯାଇଥିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।










