ଭଦ୍ରକ: ପୁଣି ବିବାଦ ଘେରରେ ଯାତ୍ରା । ଏଥର ମଞ୍ଚ ବାହାରୁ ହୋଇଛି ବିରୋଧ । ଯାତ୍ର ଟିକେଟର ଅହେତୁକ ମୂଲ୍ୟ ବୃଦ୍ଧିକୁ ବିରୋଧ କରି ମେଳି ହୋଇଛନ୍ତି ଯାତ୍ରା କମିଟି ସୁରକ୍ଷା ମଞ୍ଚ । ଭଦ୍ରକ ନେହେରୁ ଷ୍ଟାଡିୟମରେ ଏକଜୁଟ ହୋଇଛନ୍ତି ୩୦ରୁ ଅଧିକ ଯାତ୍ରା କମିଟି । ଆସନ୍ତା ୧୭ ତାରିଖରେ ରାଜ୍ୟ କାଯ୍ୟ କାରିଣୀ ପାଇଁ ପ୍ରସ୍ତୁତି ସରିଛି । ଯାତ୍ରା ପରିବେଶଣ ପାଇଁ ଯାତ୍ରା କମିଟିଗୁଡିକ ବହୁ କ୍ଷତି ସହିଥିବା କହିଛନ୍ତି । ଯାତ୍ରା ଟିକେଟର ଅହେତୁକ ବୃଦ୍ଧି ଯାତ୍ରା ପ୍ରେମୀଙ୍କୁ ନିରାଶ କରିବା ସହ କମିଟିକୁ କ୍ଷତି ସହିଛି । ପୂର୍ୱରୁ ମାଲିକ ସଂଘ ସହ ଆଲୋଚନା ହୋଇଥିଲେ ମଧ୍ୟ ଚଳିତ ଯାତ୍ରା ଋତୁରେ କମିଟିର ଦାବି ପୂରଣ ହୋଇପାରିନାହିଁ । ଟିକେଟର ମୂଲ୍ୟ ଅତି ବେଶୀରେ ୧୦୦ ଟଙ୍କା ୧୫୦ ଟଙ୍କା ଏବଂ ୨୦୦ ଟଙ୍କା ମଧ୍ୟରେ ସୀମୀତ ରଖିବାକୁ କମିଟି ଦାବି କରିଛି ।









