14.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶ୨୮ ବର୍ଷ ପରେ ବରଫରୁ ବାହାରିଲା ସୁରକ୍ଷିତ ମୃତଦେହ

୨୮ ବର୍ଷ ପରେ ବରଫରୁ ବାହାରିଲା ସୁରକ୍ଷିତ ମୃତଦେହ

ପାକିସ୍ଥାନ : ମଣିଷଙ୍କ ମୃତ୍ୟୁ ପରେ ସାଧାରଣତଃ ତା ଶରୀର ତୁରନ୍ତ ପଚି ସଢିବା ଆରମ୍ଭ ହୋଇଯାଏ । ଏପରି ପରିସ୍ଥିତିରେ ଯଦି ଜଣେ ବ୍ୟକ୍ତି ଘଞ୍ଚଜ ଙ୍ଗଲରେ ହଜିଯାଏ ଏବଂ ସେଠାରେ ତାର ଜୀବନ ଚାଲିଯାଏ । ତେବେ ବର୍ଷ ବର୍ଷ ପରେ ମଧ୍ୟ ସେହି ଲୋକଟିର ମୃତଦେହ ପାଇବା ସମ୍ଭବ ନୁହେଁ । ହଁ, ଯଦି କାହାର ମୃତଦେହ ଏପରି ସ୍ଥାନରେ ଥାଏ ଯେଉଁଠାରେ ବର୍ଷର ସମସ୍ତ ୧୨ ମାସ ବରଫ ପଡ଼ିଥାଏ, ତେବେ ମୃତଦେହ ସେଠାରେ ସୁରକ୍ଷିତ ରହିପାରେ । କିନ୍ତୁ ଯେଉଁଠାରେ ପ୍ରତିବର୍ଷ ବରଫ ତରଳିଯାଏ, ସେଠାରେ ବର୍ଷ ବର୍ଷ ଧରି ଯଦି ମୃତଦେହ ଅକ୍ଷତ ରହିଥାଏ ତେବେ ଏହା ଆଶ୍ଚର୍ଯ୍ୟଜନକ କଥା । ତେବେ ପାକିସ୍ତାନର ଥିବା କୋହିସ୍ତାନ ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି । ୩୦ ବର୍ଷ ପରେ ତରଳିଥିବା ବରଫରେ ନାସିରୁଦ୍ଦିନଙ୍କ ମୃତଦେହ ମିଳିବା ଖବର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି ।

୩୩ ବର୍ଷୀୟ ନାସିରୁଦ୍ଦିନ ଦୁଇଟି ପିଲାର ବାପା ଥିଲେ । ଜୁନ୍ ୧୯୯୭ରେ ସେ ତାଙ୍କ ଭାଇ କାଥିରୁଦ୍ଦିନଙ୍କ ସହିତ ଘୋଡାରେ ଯାତ୍ରା କରୁଥିଲେ । ଯେତେବେଳେ ସେମାନେ ଗୁଳି ଫୁଟିବାର ଶବ୍ଦ ଶୁଣିଲେ । ସେହି ଦୁଇଜଣ ଲୋକ ପଳାଇଗଲେ । ନାସିରୁଦ୍ଦିନ ଲେଡି ଭ୍ୟାଲିର ବରଫ ଆଚ୍ଛାଦିତ ପର୍ବତରେ ଥିବା ନିକଟସ୍ଥ ଗୁମ୍ଫା ଭିତରକୁ ଦୌଡ଼ିଗଲେ । କିନ୍ତୁ ସେ ଆଉ ଗୁମ୍ଫାରୁ ବାହାରକୁ ଆସିଲେ ନାହିଁ । କାଥିରୁଦ୍ଦିନ୍ ଖୋଜାଖୋଜି କରିଥିଲେ କିନ୍ତୁ ନାସିରୁଦ୍ଦିନ୍ଙ୍ ଙ୍କର କୌଣସି ସନ୍ଧାନ ମିଳି ନଥିଲା । କିନ୍ତୁ କାହାଣୀଟି ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ନେଇଥିଲା ଯେତେବେଳେ, ୨୮ବର୍ଷ ପରେ ଜଣେ ସ୍ଥାନୀୟ ଗାଇ ଚରାଳି ଉମର ଖାନ୍ ବରଫ ଭିତରେ ନାସିରୁଦ୍ଦିନଙ୍କ ମୃତଦେହ ପାଇଥିଲେ । ଖାନ ଏକ ଗଣ ମାଧ୍ୟମକୁ କହିଥିଲେ ମ୍ତଦେହ ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲା । ତାଙ୍କ ପୋଷାକ ଚିରି ନଥିଲା ଏବଂ ଭିତରେ ରଖାଯାଇଥିବା ପରିଚୟପତ୍ର ଏପର୍ଯନ୍ତ ସୁରକ୍ଷିତ ଭାବରେ ରହିଥିଲା । ନାସିରୁଦ୍ଦିନଙ୍କ ଭାଇ କାଥିରୁଦ୍ଦିନ କହିଛନ୍ତି ଯେ ନାସିରୁଦ୍ଦିନ ତାଙ୍କ ପରିବାରର ଏକ ‘ଶତ୍ରୁ ପରିବାର’ ସହିତ ବିବାଦ ଥିବାରୁ ସେ ଅଞ୍ଚଳ ଛାଡି ପଳାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking