16.1 C
Bhubaneswar
Sunday, December 7, 2025
Homeଓଡିଶାସୃଷ୍ଟି ହେଲା ଲଘୁଚାପ

ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର: ସକ୍ରିୟ  ଘୂଣ୍ଣିବଳୟ ପ୍ରଭାବରେ  ଲଘୁଚାପ ସୃଷ୍ଟି ।  ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ  ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି ।  ଘନୀଭୂତ ହୋଇ ୨୪ ଘଣ୍ଟାରେ ସ୍ପଷ୍ଟ ଚିହ୍ନିତ  ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ୪୮ ଘଣ୍ଟା ମଧ୍ୟରେ  ଉତ୍ତର ଆନ୍ଧ୍ର ଉପକୂଳ ଓ ଦକ୍ଷିଣ ଓଡିଶା ମଧ୍ୟ ଦେଇ ଗତି କରିବେ । ଲଘୁଚାପ ପ୍ରଭାବବରେ ୧୫ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଫଳରେ ରାଜ୍ୟରେ ଆଜିଠୁ ୩ ଦିନ ଧରି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଶେଷ କରି ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ । ଆଜି ମାଲକାନଗିରି ଓ କୋରାପୁଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ୧୪ ତାରିଖ ଅର୍ଥାତ ଆସନ୍ତାକାଲି କୋରାପୁଟ, ମାଲକାନଗିରରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଥିବାବଳେ ଗଜପତି, ରାୟଗଡା, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୬ ତାରିଖ ପର୍ଯ୍ୟନ୍ତ  ପ୍ରବଳ ବର୍ଷା ଲାଗି ରହିବ । ୧୩ ରୁ ୧୬ ତାରିଖ ଯାଏ  ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking