21.7 C
Bhubaneswar
Monday, February 23, 2026
Homeଓଡିଶାହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳିତ

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳିତ

ଭୁବନେଶ୍ୱର:  ଆଜି ପବିତ୍ର ଜାତୀୟ ଗ୍ରନ୍ଥାଗାରିକ ଦିବସ ଉପଲକ୍ଷେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ପାଠାଗାର ବିଜ୍ଞାନର ଜନକ ପଦ୍ମଶ୍ରୀ ଏସ ଆର ରଙ୍ଗନାଥନ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଗ୍ରନ୍ଥାଗାରର ବିଶେଷ କର୍ତ୍ତବ୍ୟରତ ଅଧିକାରୀ ଶ୍ରୀମତୀ ଅନୁଜା ତାରିଣୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଉତ୍କଳ ବିଶ୍ଵବିଦ୍ୟାଳୟ ପାଠାଗାର ଓ ସୂଚନା ବିଜ୍ଞାନ ବିଭାଗର ପୂର୍ବତନ ମୁଖ୍ୟ, ପ୍ରଫେସର ଡ଼. ପୁଷ୍ପାଞ୍ଜଳୀ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ପ୍ରଫେସର ବାମନ ପରିଡ଼ା, ଉତ୍କଳ ବିଶ୍ଵବିଦ୍ୟାଳୟ, ପାଠାଗାର ଓ ସୂଚନା ବିଜ୍ଞାନର ପୂର୍ବତନ ମୁଖ୍ୟ , ମୁଖ୍ୟବକ୍ତା ଭାବେ ଯୋଗଦେଇ ପଦ୍ମଶ୍ରୀ ରଙ୍ଗନାଥନ ପାଠାଗାର ବିଜ୍ଞାନ କୁ ରୁଦ୍ଧିମନ୍ତ କରିବା ବିଷୟରେ ଆଲୋଚନା କରିଥିଲେ। ପାଠାଗାର ବିଜ୍ଞାନକୁ ସେ ଦେଇଥିବା ପାଞ୍ଚଟି ମୌଳିକ ନିୟମ, ସେ ରଚନା କରିଥିବା କୋଲନ କ୍ଲାସିଫିକେସନ ଓ କ୍ୟାଟଲୋଗ୍ କୋଡ଼ ପୁସ୍ତକ ଗୁଡ଼ିକ ଇଣ୍ଟରନେଟ ଯୁଗରେ ମଧ୍ୟ ତାର ମହତ୍ତ୍ଵ ବଜାୟ ରଖିଛି। ଭାରତର ବିଭିନ୍ନ ରାଜ୍ୟରେ ସର୍ବସାଧାରଣ ପାଠାଗାର ଆଇନ ପ୍ରଣୟନ ନିମନ୍ତେ ତାଙ୍କର ଅବଦାନ ରହିଛି। ଏହି ସବୁ ଅବଦାନ ଯୋଗୁଁ ତାଙ୍କର ଜନ୍ମ ଦିବସକୁ ଜାତୀୟ ଗ୍ରନ୍ଥାଗାରିକ ଦିବସ ରୂପେ ପାଳନ କରାଯାଉଛି। ଶ୍ରୀମତୀ ଜେନା, ଉପସ୍ଥିତ ଥିବା ଯୁବ ପାଠାଗାର ଓ ସୂଚନା ବିଜ୍ଞାନୀମାନଙ୍କୁ ନିଜ କର୍ତ୍ତବ୍ୟକୁ ଭଲ ପାଇବା ଓ ପାଠକ ମାନଙ୍କୁ ଠିକ୍ ଭାବେ ସେବା ଯୋଗାଇଦେବା ନିମନ୍ତେ ଉଦ୍‌ବୋଧନ ଦେଇଥିଲେ।
ସ୍ଵତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ କର୍ମଚାରୀମାନଙ୍କୁ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ପାଠକମାନଙ୍କୁ ଉନ୍ନତ ମାନର ସେବା ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ। ଉକ୍ତ ଉତ୍ସବରେ ପାଠାଗାରର ସମସ୍ତ କର୍ମଚାରୀ ଯୋଗଦାନ କରିଥିଲେ ଓ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking