ବାଲେଶ୍ୱର: ଅନଲାଇନ ଗେମ ନେଲା ଆଉ ଏକ ଜୀବନ । ବାଥରୁମରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀର ଛାତ୍ର ଅନଲାଇନ ଗେମ ଖେଳକୁ ପରିବାର ଲୋକେ ବାରଣ କରିବାରୁ ବାଥରୁମରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବାଲେଶ୍ୱର ସିଂଲା ଥାନା ଜଣଶୁଳି ଗାଁରେ ଏଭଳି ଅଘଟଣ ଘଟିଛି । ଛାତ୍ର ଜଣଙ୍କ ସବୁ ସମୟରେ ଅନଲାଇନ ଗେମ ଖେଳିବା ମୋବାଇଲ ଦେଖିବା ରେ ବ୍ୟସ୍ତ ରହୁଥିଲେ । ଏନେଇ ପରିବା ଲୋକେ ବାରମ୍ବାର ବିରୋଧ କରି ଆସୁଥିଲେ । ଆଜି ସକାଳେ ପାଠ ନପଢି ଗେମ ଖେଳୁଥିବାରୁ ମାଆ ବିରକ୍ତି ପ୍ରକାଶ କରିଥିଲେ । ଏଥିରୁ ସେ ରାଗିଯାଇ ଗାଧୁଆ ଘର ଭିତରେ ବେକରେ ଗାମୁଛା ଲଗାଇ ଝୁଲି ପଡିଥିଲା । ଅଧିକ ସମୟ ଧରି ବାହାରକୁ ନ ବାହାରିବାରୁ ପରିବାର ଲୋକେ କବାଟ ଭାଙ୍ଗି ପଶିଥିଲେ । ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରିତିଲେ । ହେଲେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଛନ୍ତି ।










