20.1 C
Bhubaneswar
Saturday, December 6, 2025
Homeଓଡିଶାବରଗଡ ପୀଡିତାଙ୍କ ମୃତ୍ୟୁ ; ପାରିବାରିକ ଘଟଣା: ହିମାଂଶୁ ଲାଲ

ବରଗଡ ପୀଡିତାଙ୍କ ମୃତ୍ୟୁ ; ପାରିବାରିକ ଘଟଣା: ହିମାଂଶୁ ଲାଲ

ବରଗଡ: ବରଗଡ ପୀଡିତାଙ୍କ ମୃତ୍ୟୁ ଘଟଣାରେ ବଡ ଖୁଲାସା ହୋଇଛି  ା ଆଇଜି, ହିମାଂଶୁ ଲାଲ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପରିବାର ଲୋକଙ୍କ  ବୟାନ ରେକର୍ଡ    ହୋଇଛି । ପାରିବାରିକ କଳହରୁ ଘଟଣାରୁ ଏହା ଘଟିଛି କହିଲେ ହିମାଂଶୁ ଲାଲ । ପୀଡିତାଙ୍କ ମାମୁ ଝିଅ ପୋଲିସର ପଚରାଉଚରା ବେଳେ ଅସୁସ୍ଥ ରହିଛି ।  ପୋଲିସର ପଚରାଉଚରା ବେଳେ ଚେତା ରାଇଥିବା ସୂଚନା ମିଳିଛି । ସୂଚନାଥାଉ କି ଆଜି  ବୁର୍ଲାମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି । ବରଗଡ଼ରୁ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଆଜି ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅଞ୍ଚଳରେଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ୧୩ ବର୍ଷିୟା ନାବାଳିକା ଆତ୍ମାହୁତି ଉଦ୍ୟମ କରିଥିଲେ । ତାଙ୍କ ଶରୀରର ଅଧିକାଂଶ ଅଂଶ ଜଳିଯାଇଥିଲା । ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ହସପିଟାଲକୁ ନିଆଯାଇଥିଲା ।ପୀଡିତାଙ୍କ ଶରୀରର ୭୦ ପ୍ରତିଶତ ନିଆଁରେ ପୋଡ଼ିଯାଇଛି । ତାଙ୍କୁ ସମ୍ବଲପୁର ବୁର୍ଲା ଭୀମସାର ହସ୍ପିଟାଲର ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଉତ୍ତରାଞ୍ଚଳ ଆଇଜି ହିଂମାଶୁ ଲାଲ ଓ ବରଗଡ଼ ଜିଲ୍ଲା ଦାୟିତ୍ବରେ ଥିବା ବଲାଙ୍ଗୀର ଏସପି ଅଭିଳାଷ ଜି ହସ୍ପିଟାଲରେ ପହଞ୍ଚି ସ୍ଥିତି ତଦାରଖ କରିଥିଲେ ।ପରିବାର ଲୋକସଙ୍କ ସୂଚନା ଅନୁସାରେ, ଛାତ୍ରୀ ଜଣଙ୍କ ତାଙ୍କ ମାମୁଁ ଘରରେ ରହି ପାଠ ପଢ଼ୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking