“ତୁମେ କଳା, ଗୋରା, କ୍ଷୁଦ୍ର, ଲମ୍ବା, ମୋଟା, ଧନୀ କିମ୍ବା ଗରିବ କି ନାହିଁ ମୋର ଧ୍ୟାନ ନାହିଁ | ଯଦି ତୁମେ ମୋତେ ସମ୍ମାନ ଦିଅ, ମୁଁ ତୁମକୁ ସମ୍ମାନ କରିବି !!”
“ବିଶ୍ୱାସ କାଚ ଗ୍ଲାସ ପରି | ଥରେ ଭାଙ୍ଗିଗଲେ, ଏହା ଆଉ ସମାନ ଆଗ ଭଳି ହେବ ନାହିଁ !!”
“ପ୍ରକୃତ ସମ୍ପର୍କ ଜୀବନରେ କେବେବି ସରେନାହିଁ । କଥା ନହେଲେ ମଧ୍ୟ ଆଖିରେ ରହିଥାଏ ଆଖିରୁ ଦୁରେଇ ଗଲେବି ମନରେ ରହିଯାଏ କିଛି ନକହି ବି ଯିଏ କହିଥାଏ ଦୋଷ ନଥାଇ ବି ଯିଏ ସବୁ ଦୋଷ ନିଜ ପକ୍ଷକୁ ନେଇଯାଏ ଦୂରରେ ଥାଇବି ଯିଏ କର୍ତ୍ତବ୍ୟ ତୁଲାଏ ସେହି ସମ୍ପର୍କକୁ ହିଁ ପ୍ରକୃତି ସମ୍ପର୍କ କୁହାଯାଏ !!”
“ଜୀବନରେ ସମ୍ମାନ ମିଳୁ କି ଅପମାନ ମିଳୁ ଦୁଇଟି ଯାକ ଆମ ପାଇଁ ଭଲ ହୋଇଥାଏ । କାରଣ ସମ୍ମାନ ଆମକୁ ଆଗକୁ ଯିବା ପାଇଁ ପ୍ରେରଣା ଯୋଗାଇ ଥାଏ । ଆଉ ଅପମାନ ଆମକୁ ଭଲ ବାଟକୁ ଯିବା ପାଇଁ ଶିକ୍ଷା ଦେଇଥାଏ !!”
ସବୁ ସମ୍ପର୍କରେ ରାଗ ଅଭିମାନ ରହୁ କିନ୍ତୁ ଅଭିମାନଟା ଯେପରି ଜିଦର ରୂପ ନ ନେଉ ସବୁ ସମ୍ପର୍କରେ ଆଦର ଓ ସ୍ନେହ ରହୁ କିନ୍ତୁ ସେସବୁ ଯେପରି କାହାକୁ ଅଣନିଶ୍ଵାସୀ ନ କରୁ । ସବୁ ଭଲପାଇବାରେ ଯତ୍ନ ରହୁ କିନ୍ତୁ ଯତ୍ନଟା ଯେପରି କାହାକୁ ବୋଝ ନହେଉ ସବୁ ଭଲପାଇବା ହୃଦୟରୁ ହେଉ କିନ୍ତୁ ସେ ଭଲପାଇବାରେ ଯେପରି ସନ୍ଦେହ ନ ରହୁ !!”
“ସବୁକିଛି ମହଙ୍ଗା ହୋଇଗଲା କିନ୍ତୁ ଦିଆସିଲି ଆଜି ମଧ୍ୟ ଏକ ଟଙ୍କାରେ ରହିଯାଇଛି … ଜାଣନ୍ତୁ କଣପାଇଁ .. ??? କାରଣ ନିଆଁ ଲଗେଇଲାବାଲା ର ଦାମ କେବେ ମଧ୍ୟ ବଢେନାହିଁ …. !!”
ଯଦି କେହି କାହା ପାଇଁ କାନ୍ଦେ ତାହା ହେଉଛି ଆବେଗ….
ଯଦି କେହି କାହାକୁ କନ୍ଦଏ ତାହା ହେଉଛି ପ୍ରତାରଣା….
ଆଉ ଯଦି
କେହି କାହାକୁ କନ୍ଦେଇ ନିଜ ବି କାନ୍ଦେ, ତାହା ହେଲା ପ୍ରକୃତ ଭଲପାଇବl
ଅଦ୍ୟ ଅଗଷ୍ଟ ମାସ ୧୧ ତାରିଖ ୨୦୨୫ ମସିହା (ସୋମବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-ସିଦ୍ଧାର୍ଥ
ଭାଦ୍ରବ ମାସ- କୃଷ୍ଣପକ୍ଷ
ତିଥି- ଦ୍ଵିତୀୟା ଦିବା ଘ୧୦/୪୨ ଗତେ ତୃତୀୟା
ନକ୍ଷତ୍ର- ଶତଭିଷା ଦିବା ଘ୦୧/୪୫ ଗତେ ପୂର୍ବ ଭାଦ୍ର
ଚନ୍ଦ୍ର- କୁମ୍ଭ
ଯୋଗ- ଅତିଗଣ୍ଡ
କରଣ – ଗର
ସୌରମାସ- କର୍କଟ ୨୭ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୨୯/୫୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୫/୦୨
*✧═════•❁❀
ଯୋଗିନୀ ଉତ୍ତରେ ଦିବା ଘ୧୦/୪୧ ଗତେ ଅଗ୍ନି କୋଣେ
ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର
ମିଥୁନ ରାଶିର ଘାତବାର
ତୃତୀୟା ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଦିବା ଘ୦୭/୧୧ ଗତେ ଘ୦୮/୪୪ ମଧ୍ୟେ
ବାରବେଳା- ଦିବା ଘ୦୨/୫୧ ଗତେ ଘ୦୪/୨୫ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୭/୦୬ ମଧ୍ୟେ ଓ ଘ୧୦/୧୬ ଗତେ ଘ ୧୨/୪୦ ମଧ୍ୟେ ଓ ରାତ୍ରି ଘ୦୭/୦୨ ଗତେ ଘ୦୯/୨୭ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୨୫ ଗତେ ଘ୦୪/୪୧ମଧ୍ୟେ
═✧══•❁❀❁•═════✧
ଅଦ୍ୟ ବୋଇତିକଖାରୁ ଦିବା ଘ୧୦/୪୧ ଗତେ ପୋଟଳ ଭକ୍ଷଣ ନିଷେଧ
ଆଜିର ରାଶିଫଳ
✧═════•❁❀❁•═════
ମେଷ
ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।
✧═════•❁❀❁•═════
ବୃଷ
: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।
✧═════•❁❀❁•═════
ମିଥୁନ
: ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।
✧═════•❁❀❁•═════
କର୍କଟ
: ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।
✧═════•❁❀❁•═════
ସିଂହ
କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।
✧═════•❁❀❁•═════
କନ୍ୟା
: ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।
✧═════•❁❀❁•═════
ତୁଳା
: କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।
✧═════•❁❀❁•═════
ବିଛା
: ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍ଫୁଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।
✧═════•❁❀❁•═════
ଧନୁ
: ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।
✧═════•❁❀❁•═════
ମକର
: ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।
✧═════•❁❀❁•═════
କୁମ୍ଭ
: କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହି ଥିଲେ ବି ବହୁ ଶୁଭ ଫଳ ଆଶା କରାଯାଏ। ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।
✧═════•❁❀❁•═════
ମୀନ
: ଏପରି କାର୍ଯ୍ୟ ନ କରନ୍ତୁ; ଯୋଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।










