23.1 C
Bhubaneswar
Saturday, February 7, 2026
Homeଓଡିଶାପିସିସି ପକ୍ଷରୁ ପବିତ୍ର ଅଗଷ୍ଟ ୯ କ୍ରାନ୍ତି ଦିବସ ପାଳିତ

ପିସିସି ପକ୍ଷରୁ ପବିତ୍ର ଅଗଷ୍ଟ ୯ କ୍ରାନ୍ତି ଦିବସ ପାଳିତ

ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପବିତ୍ର ଅଗଷ୍ଟ ୯ କ୍ରାନ୍ତି ଦିବସ ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ଭୁବନେଶ୍ୱର କଳ୍ପନାଛକ ଠାରେ ପ୍ରଦେଶ କଂଗ୍ରେସ ସଭାପତି କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ କଂଗ୍ରେସ ନେତାଗଣ ରାଜ୍ୟ ସଂଗ୍ରହାଳୟ ସମ୍ମୁଖସୁ ସହୀଦ ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ କରିଥିଲେ । ପରେ କଂଗ୍ରେସ ଭବନ ପରିସରରେ ପିସିସି ସଭାପତି ଶ୍ରୀ ଦାସ ଏବଂ ଅନ୍ୟ ସମସ୍ତ ନେତୃବୃନ୍ଦ ମହାମନିଷୀ ମାନଙ୍କର ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ଆଜିର ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଅନନ୍ତ ପ୍ରସାସ ସେଠୀ, ରାମଚନ୍ଦ୍ର ଖୁଣ୍ଟିଆ, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ଶୁଭେନ୍ଦୁ ମହାନ୍ତି, ବିଶ୍ୱଜିତ ଦାଶ, ଅଭୟ ସାହୁ, ମନୋରଞ୍ଜନ ଦାଶ, ଜ୍ୟୋତିଷ ସାହୁ, ରଜନୀ ମହାନ୍ତି, ଜୟଶ୍ରୀ ପଟ୍ଟନାୟକ, ଅରବିନ୍ଦ ଦାସ, ମାନସ ରଞ୍ଜନ ଆଚାର୍ଯ୍ୟ, ସୁଶାନ୍ତ ତ୍ରିପାଠୀ, ମନୋରଞ୍ଜନ ରାଉତରାୟ, ଶଷିଭୁଷଣ ପଣ୍ଡା, ଅବଦୁଲ ସଲାମ, ଭାସ୍କର ସେଠୀ, ମିହିର ଆଚାର୍ଯ୍ୟ, ଏମଡି ସାହାଦୁଲ୍ଲା, ଲିଙ୍ଗରାଜ ସାହୁ, ରାଜକିଶୋର ବାରିକ, ପ୍ରଶାନ୍ତ ଚମ୍ପତ୍ତି, ବିଜୟ ଦ୍ବିବେଦୀ, ସୁଭାଷ ପ୍ରଧାନ, ତରୁଣ ମିଶ୍ର, ହିମାଂଶୁ ଲେଙ୍କା, ମନୋଜ ସାହୁ, ମଦନ ମୋହନ ମାଝୀ, ଖଗେଶ୍ୱର ମଲ୍ଲିକ, ପ୍ରଶନ୍ନ ପାଇକରାୟ, ବସନ୍ତ ପଣ୍ଡା, ରଞ୍ଜନ ଭୋଇ, ଅକ୍ଷୟ ମୁଦୁଲି, ଅଜିତା କର ପ୍ରମୁଖ ଅଂଶଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking