14.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶପାର୍କିଂ ବିବାଦ ଅଭିନେତ୍ରୀ ହୁମାଙ୍କ ସମ୍ପର୍କୀୟ ଭାଇଙ୍କୁ ହତ୍ୟା

ପାର୍କିଂ ବିବାଦ ଅଭିନେତ୍ରୀ ହୁମାଙ୍କ ସମ୍ପର୍କୀୟ ଭାଇଙ୍କୁ ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ରହୁଥିବା ଆସିଫ୍ କୁରେଶୀ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ମୃତ ଆସିଫ୍ (୪୨) ବଲିଉଡ୍ ଅଭିନେତ୍ରୀ ହୁମା କୁରେଶୀଙ୍କ ସମ୍ପର୍କୀୟ ଭାଇ । ତେବେ ହତ୍ୟାକାଣ୍ଡ ପଛରେ ଗାଡି ପାର୍କିଂକୁ ନେଇ ଉପୁଜିଥିବା ବିବାଦ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୁଲିସ୍ କହିଛି ଯେ ମୁଖ୍ୟ ଫାଟକ ସମ୍ମୁଖରେ ସ୍କୁଟର ପାର୍କିଂ କରିବାକୁ ନେଇ ହୁମାଙ୍କ ଭାଇ ଆସିଫ୍ ତାଙ୍କ ପଡୋଶୀଙ୍କ ସହ ଝଗଡ଼ା କରିଥିଲେ । ଆସିଫ୍‌ଙ୍କ ସହ ୨ଜଣଙ୍କର ଜୋରଦାର ଝଗଡା ହୋଇଥିଲା । ବିବାଦ ପରେ ଆସିଫ୍ ସେଠାରୁ ଚାଲିଯାଇଥିବା ବେଳେ ଗୁରୁବାର ରାତି ପ୍ରାୟ ୧୧ଟା ସମୟରେ ଜଙ୍ଗପୁରା ଭାଗୋଲ ଲେନ୍‌ରେ ଆସିଫ୍ କୁରେଶୀଙ୍କୁ ହତ୍ୟା କରାଯାଇଛି । ଆସିଫ୍‌ଙ୍କୁ ହତ୍ୟା କରାଯିବା ସମୟର ସିସିଟିଭି ଫୁଟେଜ୍ ପୁଲିସ୍‌କୁୂ ମିଳିଛି । ଏହାକୁ ଆଧାର କରି ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅନ୍ୟପକ୍ଷେ ଆସିଫଙ୍କ ସ୍ତ୍ରୀ ଶୈନା କୁରେଶୀ ଅଭିଯୋଗ କରିଛନ୍ତି ଯେ, ଏହି ହତ୍ୟା ପୂର୍ବରୁ ଯୋଜନାବଦ୍ଧ ଥିଲା । ନଚେତ୍ ସେମାନଙ୍କ ଘର ଆଗରେ ଥିବା ଗାଡ଼ି ହଟାଇବାକୁ ନେଇ ଆସିଫ୍ କହିବାରୁ ତାଙ୍କୁ କଦାପି ଏପ୍ରକାର ହତ୍ୟା କରାଯାଇନଥାନ୍ତା । ଅଭିଯୁକ୍ତମାନେ ପ୍ରଥମେ ଆସିଫ୍‌ଙ୍କୁ ଗାଳିଗୁଲଜ ଆରମ୍ଭ କରିଥିଲେ ଏବଂ ଆସିଫ୍ ପ୍ରତିକ୍ରିୟା କରିବାରୁ ବିବାଦ ବଢ଼ିଥିଲା । ପୂର୍ବରୁ ମଧ୍ୟ ପାର୍କିଂକୁ ନେଇ ଝଗଡ଼ା ହୋଇଥିଲା । ଅଭିଯୁକ୍ତମାନେ ବାରମ୍ବାର ଆସିଫ୍‌ଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଧର୍ମକୁ ନେଇ କଟାକ୍ଷ କରୁଥିଲେ । ଅଭିଯୁକ୍ତମାନଙ୍କୁ ଉଜ୍ଜ୍ୱଳ (୧୯ ବର୍ଷ) ଏବଂ ଗୌତମ (୧୮ ବର୍ଷ) ଭାବରେ ଚିହ୍ନଟ କରାଯାଇଛି । ମାମଲାର ତଦନ୍ତ ଚାଲିଛି । ପୁଲିସ୍ ଶୁକ୍ରବାର ଏମାନଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା (ବିଏନ୍‌ଏସ୍‌) ଧାରା ୧୦୩(୧)/୩(୫) ଅନୁଯାୟୀ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking