24.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶସଡ଼କ ଦୁର୍ଘଟଣାରେ ୩ ମହିଳା ସରକାରୀ କର୍ମଚାରୀଙ୍କ ସମେତ ୫ ମୃତ

ସଡ଼କ ଦୁର୍ଘଟଣାରେ ୩ ମହିଳା ସରକାରୀ କର୍ମଚାରୀଙ୍କ ସମେତ ୫ ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବାରାବାଙ୍କିରେ ଶୁକ୍ରବାର ପୂର୍ବାହ୍ନରେ ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୨ ମହିଳା ଅଧିକାରୀ (ସହାୟକ ଉନ୍ନୟନ ଅଧିକାରୀ) ଏବଂ ଜଣେ ଶିକ୍ଷୟତ୍ରୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ଆଉ କିଛି କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର ଶିକାର ଏକ ରୋଡୱେଜ୍ ବସ୍ ଉପରେ ଏକ ବିରାଟକାୟ ଗଛ ଉପୁଡି ପଡ଼ିଯିବାରୁ ଏହି ଅଘଟଣ ଘଟିଥିବା କୁହାଯାଉଛି ।

୬୦ଜଣ ଯାତ୍ରୀଙ୍କୁ ନେଇ ଏକ ବସ୍ ବାରବାଙ୍କିରୁ ହାଇଦରଗଡ଼ ଯାଉଥିଲା । ତେବେ ଶୁକ୍ରବାର ସକାଳ ୧୧ଟାରେ ହର୍ଖ ଛକ ନିକଟରେ ଏକ ପଶୁ ବସ୍ ସାମ୍ନାକୁ ଆସିଲା । ବସ୍ ଡ୍ରାଇଭର ଉକ୍ତ ପଶୁଟିକୁ ବଞ୍ଚାଇବାକୁ ଚେଷ୍ଟା କରିବା ସମୟରେ, ପ୍ରଥମେ ବସ୍‌ଟି ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଗଲା, ପରେ ସେଠାରେ ଥିବା ଗଛ ସହିତ ଧକ୍କା ହେଲା । ଏହା ପରେ ଗଛଟି ବସ୍ ଉପରେ ପଡ଼ିଗଲା । ତେବେ ଗଛଟି ଏତେ ଭାରୀ ଥିଲା ଯେ ବସ୍‌ର ସମ୍ପୂର୍ଣ୍ଣ ଛାତ ନଷ୍ଟ ହୋଇଯାଇଥିଲା । ଏହାର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ବସ୍‌ରେ ଫଶିଥିବା ଜଣେ ମହିଳା ଭିଡିଓ ପ୍ରସ୍ତୁତ କରୁଥିବା ଜଣେ ଯୁବକଙ୍କୁ ଗାଳି ଦେଉଥିବାର ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ପୁଲିସ୍ ଟିମ୍ ପହଞ୍ôଚ ପ୍ରାୟ ଦେଢ଼ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚଳାଇଥିଲା ଏବଂ ସୁରକ୍ଷିତ ଉଦ୍ଧାର ଯାତ୍ରୀଙ୍କୁ ଅନ୍ୟ ଏକ ବସ୍‌ରେ ପଠାଇବାର ବନ୍ଦୋବସ୍ତ କରିଥିଲା । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନେ ହେଲେ ଶିକ୍ଷା ମାଲହୋତ୍ରା (ଶିକ୍ଷୟିତ୍ରୀ), ମୀନା ଶ୍ରୀବାସ୍ତବ (ଏଡିଏଓ), ଜୁହି ସକ୍ସେନା (ଏଡିଏଓ), ରକିବୁଲ ନିଶା (୫୫) ଏବଂ ବସ୍ ଡ୍ରାଇଭର ସନ୍ତୋଷ ସୋନି (୩୮) । ଏମାନେ ସମସ୍ତେ ବାରବାଙ୍କିର ବାସିନ୍ଦା ବୋଲି ଜଣାପଡିଛି । ଜୁହି ସକ୍ସେନା ହରଖ ବ୍ଲକ୍‌ରେ ସହକାରୀ ବିକାଶ ଅଧିକାରୀ (ପରିସଂଖ୍ୟାନ) ଥିଲେ, ଯେତେବେଳେ ମୀନା ଶ୍ରୀବାସ୍ତବ ହରଖ ବ୍ଲକରେ ସହକାରୀ ବିକାଶ ଅଧିକାରୀ (କଲ୍ୟାଣ) ଭାବରେ ନିଯୁକ୍ତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking