କେନ୍ଦ୍ରପଡା: କେନ୍ଦ୍ରପଡାରେ ଯୁବତୀ ଜଳିଯିବା ଘଟଣ।। ପଟ୍ଟାମୁଣ୍ଡାଇ କାଠିଆପଡାରେ ପହଞ୍ଚିଲା ମୃତଦେହ । ପୋଷ୍ଟମର୍ଟମ ପରେ ଗାଁରେ ପହଞ୍ଚିଲା ମୃତଦେହ । ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । କିଛି ସମୟ ପରେ ଗାଁ ଶ୍ମଶାନରେ ହେବ ଶେଷକୃତ୍ୟ । ସୂଚନାଯୋଗ୍ୟ, ଗତ କାଲି ପଟ୍ଟାମୁଣ୍ଡାଇ ଥାନା କାଠିଆପଡ଼ା ଗାଁରେ ଜଣେ ଯୁବତୀ ନିଆଁରେ ଜଳି ଯାଇଥିଲେ। କଟକ ଏସସିବି ମେଡିକାଲ୍ କଲେଜରେ ପୋଷ୍ଟମର୍ଟମ କରାଯାଇଥିଲା। ଏଥିପାଇଁ କେନ୍ଦ୍ରାପଡ଼ାରୁ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ମୃତଦେହ ସହ କଟକ ଯାଇଥିଲେ।










