16.1 C
Bhubaneswar
Sunday, December 7, 2025
Homeଓଡିଶାଭାରତ ସରକାରଙ୍କ “ଆଦି କର୍ମଯୋଗୀ ଅଭିଯାନ” ତୃଣମୂଳସ୍ତରରେ ଜନଜାତି କଲ୍ୟାଣ ଯୋଜନା ପହଞ୍ଚାଇବା ଲକ୍ଷ୍ୟ

ଭାରତ ସରକାରଙ୍କ “ଆଦି କର୍ମଯୋଗୀ ଅଭିଯାନ” ତୃଣମୂଳସ୍ତରରେ ଜନଜାତି କଲ୍ୟାଣ ଯୋଜନା ପହଞ୍ଚାଇବା ଲକ୍ଷ୍ୟ

ଭୁବନେଶ୍ବର: ଭାରତ ତଥା ରାଜ୍ୟ ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନାକୁ ତୃଣମୂଳସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ମିଶନ୍ ମୋଡରେ ଆରମ୍ଭ ହୋଇଛି “ଆଦି କର୍ମଯୋଗୀ ଅଭିଯାନ” । ବିକଶିତ ଭାରତ @୨୦୪୭ ଲକ୍ଷ୍ୟ ହାସଲ କରିବା ଦିଗରେ ଭାରତ ସରକାରଙ୍କ ଜନଜାତୀୟ କାର୍ଯ୍ୟ ମନ୍ତ୍ରାଳୟ ଅଧିନରେ ଏକ ପ୍ରଶିକ୍ଷିତ କ୍ୟାଡର ପ୍ରସ୍ତୁତ କରି ଜନଜାତି ସମ୍ପ୍ରଦାୟଙ୍କ ନିକଟରେ ସରକାରଙ୍କ ସେବାକୁ ପହଞ୍ଚାଇବା ଏବଂ ସରକାରଙ୍କ ପ୍ରତି ସେମାନଙ୍କର ବିଶ୍ବାସକୁ ଦୃଢୀଭୂତ କରିବା ଉଦ୍ଦେଶ୍ୟରେ ଆଦି କର୍ମଯୋଗୀ ଅଭିଯାନର ଶୁଭାରମ୍ଭ । ଏହିକ୍ରମରେ ତୃଣମୂଳ ସ୍ତରରେ ଶାସନକୁ ସୁଦୃଢ଼ କରିବା ଦିଗରେ ଭୁବନେଶ୍ବରଠାରେ ଆଦି କର୍ମଯୋଗୀ ରିଜିଓନାଲ୍ ପ୍ରୋସେସ୍ ଲ୍ୟାବ୍ (RPL) କର୍ମଶାଳା ୭ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିଲା । ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ହେଉଛି ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ (DAJGUA)ର ଏକ ମୁଖ୍ୟ ଉପାଦାନ ।

ଏହି କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡ, ବିହାର ଏବଂ ଓଡ଼ିଶାରୁ ୨୪ ଜଣ ଅଂଶଗ୍ରହଣକାରୀ ଭାଗ ନେଇଛନ୍ତି । ଭାରତ ଗ୍ରାମୀଣ ଜୀବିକା ଫାଉଣ୍ଡେସନ୍ (BRLF) ର ସହାୟତାରେ ଅଂଶଗ୍ରହଣକାରୀଙ୍କୁ ପ୍ରଶିକ୍ଷିତ କରାଯାଇଛି । ଭାରତ ସରକାରଙ୍କ ଏହି ଅଗ୍ରଣୀ ପଦକ୍ଷେପର ଲକ୍ଷ୍ୟ ହେଉଛି ୨୦ ଲକ୍ଷ ତୃଣମୂଳସ୍ତରର କର୍ମକର୍ତ୍ତାଙ୍କୁ ପ୍ରସ୍ତୁତ କରିବା, ଯେଉଁମାନେ ଜନଜାତିଙ୍କ ବିକାଶକୁ ଆଗେଇ ନେବେ ଏବଂ ଜନଜାତି ଅଞ୍ଚଳରେ ଶେଷ ମାଇଲ୍ ପର୍ଯ୍ୟନ୍ତ ସେବା ପ୍ରଦାନକୁ ସୁଦୃଢ଼ କରିବେ । ଏହି ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ନାଗରିକଙ୍କ ନିକଟରେ, ବିଶେଷକରି ଆମ ଜନଜାତି ଅଞ୍ଚଳରେ ସିଧାସଳଖ ସରକାରୀ ଯୋଜନାର ଲାଭ ପହଞ୍ଚିପାରିବ । “ଆଦି କର୍ମଯୋଗୀ ଅଭିଯାନ” କେବଳ ଏକ ବିକାଶ କାର୍ଯ୍ୟକ୍ରମ ନୁହେଁ; ବରଂ ଏହା ଜନଜାତି ସମ୍ପ୍ରଦାୟଙ୍କ ନିକଟରେ ସରକାରଙ୍କୁ ପହଞ୍ଚାଇବା ପାଇଁ ଏକ ଆନ୍ଦୋଳନ ।

ଆଦି କର୍ମଯୋଗୀ ଅଭିଯାନ” ଦେଶର ୩୦ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୧ ଲକ୍ଷ ଆଦିବାସୀ ଗ୍ରାମ, ୩୦୦୦ ବ୍ଲକ, ୫୫୦ ରୁ ଅଧିକ ଜିଲ୍ଲାରେ ପହଞ୍ଚିବ । ଓଡ଼ିଶାରେ, ପ୍ରଥମ ପର୍ଯ୍ୟାୟରେ ୨୨ ଟି ଜିଲ୍ଲା, ୨୧୩ ବ୍ଲକ ଏବଂ ୭୬୨୩ ଗ୍ରାମରେ ଏହା ପହଞ୍ଚିବ । ଆୟୋଜିତ ୭ ଦିନିଆ କର୍ମଶାଳାରେ ଝାଡ଼ଖଣ୍ଡ, ବିହାର ଏବଂ ଓଡ଼ିଶା ରୁ ପ୍ରତ୍ୟେକ ୮ ଜଣ ଷ୍ଟେଟ୍ ମାଷ୍ଟର ଟ୍ରେନର୍ ଯୋଗ ଦେଇଥିଲେ । ପରେ ପରେ ଜିଲ୍ଲା ମାଷ୍ଟର ଟ୍ରେନର୍ ମାନଙ୍କୁ ନେଇ ମଧ୍ୟ କର୍ମଶାଳାର ଆୟୋଜନ କରାଯିବ । ଜିଲ୍ଲା ମାଷ୍ଟର ଟ୍ରେନର୍ ବ୍ଲକସ୍ତରରେ ଟ୍ରେନିଂ ଦେବେ ଏବଂ ଏକ ସଶକ୍ତ କ୍ୟାଡର୍ ଗଠନ କରିବେ । ଏହି କ୍ୟାଡରକୁ ତିନି ଭାଗରେ ବିଭକ୍ତ କରାଯାଇଛି । ସରକାରୀ କର୍ମଚାରୀଙ୍କୁ ନେଇ ‘ଆଦି କର୍ମଯୋଗୀ’, ଯୁବନେତା, ଶିକ୍ଷକ, ଡାକ୍ତର ଓ ସାମାଜିକ କର୍ମୀଙ୍କୁ ନେଇ ‘ଆଦି ସହଯୋଗୀ’ ଏବଂ ଜନଜାତି ନେତା, ସ୍ବୟଂ ସହାୟକ ଗୋଷ୍ଠୀ ଓ ସ୍ବେଚ୍ଛାସେବୀଙ୍କୁ ନେଇ ‘ଆଦି ସାଥି’ ।

ଭୁବନେଶ୍ବରଠାରେ ଆୟୋଜିତ କର୍ମଶାଳା ଚତୁର୍ଥ ରିଜିଓନାଲ୍ ପ୍ରୋସେସ୍ ଲ୍ୟାବ୍ (RPL) କର୍ମଶାଳା । ଏହା ପୂର୍ବରୁ ବେଙ୍ଗାଲୁରୁ, ଭୋପାଳ ଏବଂ ଡେରାଡୁନରେ କର୍ମଶାଳାର ଆୟୋଜନ କରାଯାଇଥିଲା । ଆଦି କର୍ମଯୋଗୀ ଅଭିଯାନ ଉପଯୁକ୍ତ ଅଭିଯୋଗ ଶୁଣାଣି, ତୃଣମୂଳସ୍ତରର ଦୃଷ୍ଟିକୋଣ, ସହଯୋଗୀ କାର୍ଯ୍ୟାନ୍ବୟନକୁ ପ୍ରୋତ୍ସାହିତ କରୁଛି । ଜନଜାତୀୟ କାର୍ଯ୍ୟ ମନ୍ତ୍ରାଳୟ ସମେତ ଗ୍ରାମୀଣ ବିକାଶ, ମହିଳା ଓ ଶିଶୁ ବିକାଶ, ଜଳ ଶକ୍ତି, ବିଦ୍ୟାଳୟ ଶିକ୍ଷା, ଜଙ୍ଗଲ ବିଭାଗ ସହଯୋଗରେ ଏହି ଅଭିଯାନ କାର୍ଯ୍ୟକାରୀ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking