ନୂଆଦିଲ୍ଲୀ: କେହି ଖୁସିରେ ରିକ୍ସା ଟାଣନ୍ତି ନାହିଁ କହି ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ । ପସନ୍ଦରେ ନୁହେଁ, ବାଧ୍ୟବାଧକତାରେ ରିକ୍ସା ଟାଣନ୍ତି କହିଲେ ପ୍ରଧାନ ବିଚାରପତି । ଏହା ଏକ ଅମାବନୀୟ କାଯ୍ୟ , ଇ- ରିକ୍ସାର ବ୍ୟବସ୍ଥା କରାଯିବା ଦରକାର । ସାମାଜିକ ନ୍ୟାୟ ଓ ସମ୍ମାନ ଦେବା ପାଇଁ ଥଇଥାନ ବ୍ୟବସ୍ଥା କରିବା ଦରକାର । ହାତରେ ରିକ୍ସା ଟାଣିବା ଅନୁମତି ମାନବିକ ମଯ୍ୟାଦା କ୍ଷୁଣ୍ଣ କରୁଛି । ଏହା ଦ୍ୱାରା ସାମ୍ବିଧାନିକ , ସାମାଜିକ, ଆର୍ଥିକ ସୁରକ୍ଷା ମଧ୍ୟ କ୍ଷୁଣ୍ଣ ହେଉଛି । ମହାରାଷ୍ଟ୍ର ମାଥାରନରେ ୪୫ ବର୍ଷ ତଳେ ବନ୍ଦ ପାଇଁ କହିଥିଲେ ସର୍ୱୋଚ୍ଚ କୋର୍ଟ । ସ୍ୱାଧୀନତାର ୭୮ ବର୍ଷ ପରେ ଚାଲୁ ରହିବା ସାମ୍ବାଧାନିକ ସୁରକ୍ଷା କ୍ଷୁଣ୍ଣ କରୁଛି ।










