17.1 C
Bhubaneswar
Tuesday, December 9, 2025
Homeଓଡିଶାଅର୍ଥ ଲାଳସା ଦେଇ ମତ ବଦଳା ଯାଉଛି: ଉମା

ଅର୍ଥ ଲାଳସା ଦେଇ ମତ ବଦଳା ଯାଉଛି: ଉମା

ଭୁବନେଶ୍ୱର: ପୁରୀ ଜିଲ୍ଲାରେ ବିଜେଡିର ହରତାଳ ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପୁରୀ ଜିଲ୍ଲା ବିଜେଡି ସଭାପତି  ଉମା ସାମନ୍ତରାୟ ଓ ଦିଲୀପ ନାୟକ ଟାର୍ଗେଟ କରିଛନ୍ତି । ପୀଡିତାଙ୍କ ବୟାନ କାହିଁକି ଚାରି ଚାରି ଥର ରେକର୍ଡ କରାଯାଇଥିଲା । ପୀଡିତା ବଞ୍ଚିଥିଲା ବେଳେ କାହିଁକି ପ୍ରକାଶ କଲେ ନାହିଁ । ପୀଡିତା ମଲା ପରେ ପ୍ରକାଶ କରାଯାଉଛି , ପୀଡିତା ସୁଇସାଇଡ କରିଛି ।  ପୀଡିତାର ମା କାହିଁକି ଥାନାରେ  ଏତଲା ଦେଇଥିଲେ । ପୀଡିତା କାହିଁକି କହିଥିଲା ମୋତେ ଜବରଦସ୍ତ  ପୋଡି ଦିଆଗଲା ବୋଲି । ବଳଙ୍ଗା ପୀଡିତାଙ୍କ ବାପାଙ୍କ ଉପରେ ଚାପ ପକାଇ ମତ ବଦଳାଯାଉଛି । ବାଲେଶ୍ୱରରେ ଯେପରି ଅର୍ଥ ଦେଇ  ମତ ବଦଳାଗଲା ଏଠି ବି ସେପରି । ଦିଲ୍ଲୀରେ ଚିକିତ୍ସା ବେଳେ କିଛି କହିଲେନି , ଆଜି କହୁଛନ୍ତି ସୁଇସାଇଡ ବୋଲି ।  ୨୦ ଲକ୍ଷ ଲେଖାଏଁ ଲାଞ୍ଚ ଦେଇ ମୁହଁ ବନ୍ଦ କରାଯାଇଛି କହିଲେ ଦିଲୀପ ନାୟକ । ବିଜେଡିର ଅଭିଯୋଗ ନେଇ ପୀଡିତା ବାପାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking