37.1 C
Bhubaneswar
Thursday, March 12, 2026
Homeଓଡିଶାଓଡ଼ିଶାକୁ ଫେରିଲା ୬ ଓଡ଼ିଆ ଶ୍ରମିକଙ୍କ ମୃତଦେହ

ଓଡ଼ିଶାକୁ ଫେରିଲା ୬ ଓଡ଼ିଆ ଶ୍ରମିକଙ୍କ ମୃତଦେହ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ବାପତଲା ଜିଲ୍ଲାରେ ଘଟିଥିବା ଦୁର୍ଘଟଣାରେ ୬ଜଣ ଓଡ଼ିଆ ଶ୍ରମିକ ମୃତ୍ୟୁ ବରଣ କରିଥିବାବେଳେ ୮ଜଣ ଓଡ଼ିଆ ଶ୍ରମିକ ଆହତ ହୋଇଛନ୍ତି। ଉକ୍ତ ଘଟଣାରେ ମୃତ୍ୟୁବରଣ କରିଥିବା ୬ଜଣ ଓଡ଼ିଆ ଶ୍ରମିକଙ୍କ ମୃତ ଶରୀରକୁ ଓଡ଼ିଶାକୁ ଫେରାଇ ଅଣାଯାଇଛି। ମୃତ ଶ୍ରମିକମାନେ ହେଲେ – ଗଞ୍ଜାମ ଜିଲ୍ଲାର ଦଣ୍ଡ ବଡ଼ତ୍ୟା, ବନମାଳ ଚେହ୍ରା, ଭାସ୍କର ବିଶୋଇ, ସନ୍ତୋଷ ଗୌଡ଼ ଏବଂ ଗଜପତି ଜିଲ୍ଲାର ଟକୁନ ଦଳାଇ ଓ ମୁସା ଜାନ। ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବା ନିମନ୍ତେ ଘୋଷଣା କରାଯାଇଛି। ଆହତ ହୋଇଥିବା ୮ଜଣ ଓଡ଼ିଆ ଶ୍ରମିକ ହେଲେ- ଗଞ୍ଜାମ ଜିଲ୍ଲାର ଶିବରାମ୍ ଗୌଡ଼, ଏସ. ବାଙ୍କାୟି, ସୁବାଷ ମଲ୍ଲିକ, ପବିତ୍ର ବେହେରା, ସନାତନ ନାଏକ, ଧ୍ରୁବ ନାଏକ, ଆଲୋକ ନାଏକ ଓ ଗଜପତି ଜିଲ୍ଲାର ସୁଦର୍ଶନ ଦଳାଇ। ଆହତ ହୋଇଥିବା ସମସ୍ତ ଓଡ଼ିଆ ଶ୍ରମିକ ନିକଟବର୍ତ୍ତୀ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ଆଜି ୩ଜଣ ଓଡ଼ିଆ ଶ୍ରମିକଙ୍କୁ (ଧ୍ରୁବ ନାଏକ, ଏସ. ବାଙ୍କାୟି, ସୁବାଷ ମଲ୍ଲିକ) ହସ୍ପିଟାଲରୁ ଡ଼ିସଚାର୍ଜ କରାଯାଇଛି। ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ପରିବାର ବର୍ଗ ଏବଂ ଆହତ ହୋଇଥିବା ଓଡ଼ିଆ ଶ୍ରମିକ ଓ ପରିବାରବର୍ଗଙ୍କୁ ଓଡ଼ିଶା ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପ୍ରଦାନ କରାଯାଉଛି। ଘଟଣାସ୍ଥଳରେ ଓଡ଼ିଶା ସରକାରଙ୍କ ଅଧିକାରୀମାନେ ଉପସ୍ଥିତ ରହି ଆନ୍ଧ୍ରପ୍ରଦେଶ ବାପତଲା ଜିଲ୍ଲା ପ୍ରଶାସନ ସହ ସମନ୍ଵୟ ରକ୍ଷା କରିବା ସହ ଆହତ ହୋଇଥିବା ଓଡ଼ିଆ ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ବନ୍ଧରେ ରିପୋର୍ଟ ପ୍ରଦାନ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking