22.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶବଏଫ୍ରେଣ୍ଡକୁ ହତ୍ୟା କରି ଫେରାର ଲିଭ୍-ଇନ୍ ପାର୍ଟନର

ବଏଫ୍ରେଣ୍ଡକୁ ହତ୍ୟା କରି ଫେରାର ଲିଭ୍-ଇନ୍ ପାର୍ଟନର

ଗୁରୁଗ୍ରାମ: ବଏଫ୍ରେଣ୍ଡକୁ ହତ୍ୟା କରି ଲକ୍ଷ ଲକ୍ଷ ଟଙ୍କା ନେଇ ଫେରାର ହୋଇଗଲା ଲିଭ୍-ଇନ୍ ପାର୍ଟନର। ଏଭଳି ଏକ ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି ଗୁରୁଗ୍ରାମର ବାଲିୟାଭାସରେ। ବାଲିୟାଭାସର ବାସିନ୍ଦା ହରିଶ(୪୨)ଙ୍କୁ ତାଙ୍କ ଲିଭ୍-ଇନ୍ ପାର୍ଟନର ୟଶମୀତ କୌର(୨୭) ଛୁରୀରେ ଆକ୍ରମଣ କରି ହତ୍ୟା କରିଛନ୍ତି। ଏହି ଘଟଣା ଶନିବାର ଡିଏଲଏଫ ଫେଜ-୩ରେ ଘଟିଛି, ଯେଉଁଠାରେ ଉଭୟ ଗତ ଏକ ବର୍ଷରୁ ଏକାଠି ରହୁଥିଲେ। ହରିଶ, ଯିଏ କି ବିବାହିତ ଏବଂ ତାଙ୍କର ଛୁଆ ପିଲା ମଧ୍ୟ ଅଛନ୍ତି, ସେ ତାଙ୍କ ପତ୍ନୀ ଓ ପିଲାମାନଙ୍କୁ ଭେଟିବାକୁ ଯିବା ନେଇ ୟଶମୀତଙ୍କ ସହ ପ୍ରାୟତଃ ଝଗଡ଼ା କରୁଥିଲେ। ଶନିବାର ଏହି ଝଗଡ଼ା ଏତେ ପରିମାଣରେ ବଢିଗଲା ଯେ, ୟଶମୀତ ହରିଶଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଯାହାଫଳରେ ଗୁରୁଗ୍ରାମର ଏକ ହସ୍ପିଟାଲରେ ଚିକିତ୍ସା ସମୟରେ ହରିଶଙ୍କ ମୃତ୍ୟୁ ହୋଇଥିଲା। ଘଟଣାର କିଛି ଘଣ୍ଟା ପୂର୍ବରୁ ହରିଶ ଫରିଦାବାଦରୁ କାମ ସାରି ଘରକୁ ଫେରି ତାଙ୍କ ଭଣଜା ଭାରତଙ୍କଠାରୁ ୭ ଲକ୍ଷ ଟଙ୍କା ନେଇ ଅନ୍ୟ ଅଭିଯୁକ୍ତ ବିଜୟଙ୍କ ସହ ଗାଡ଼ିରେ ବାହାରି ଯାଇଥିଲେ। ରାତି ୧୦ଟା ବେଳେ ହରିଶ ଭାରତଙ୍କୁ ଫୋନ କରି ଖାଦ୍ୟ ଅର୍ଡର ଗ୍ରହଣ ଓ ପେମେଣ୍ଟ କରିବାକୁ କହିଥିଲେ। ପରଦିନ ସକାଳ ୭ଟାରେ ୟଶମୀତ ଭାରତଙ୍କୁ ଫୋନ କରି ହରିଶଙ୍କ ମୃତ୍ୟୁ ଖବର ଦେଇଥିଲେ। ଭାରତ ଜଣାଇଛନ୍ତି ଯେ, ହରିଶଙ୍କ ଛାତିରେ ଛୁରୀ ଆଘାତର ଚିହ୍ନ ଥିଲା। ପୋଲିସ ଏକ ମାମଲା ରୁଜୁ କରି ୟଶମୀତଙ୍କୁ ଗିରଫ କରିଛି ଏବଂ ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରିଛି। ବିଜୟଙ୍କୁ ପୋଲିସ ଜେରା କରୁଛି ଏବଂ ହରିଶଙ୍କ ୭ ଲକ୍ଷ ଟଙ୍କା କାହିଁକି ନେଇଥିଲେ, ତାହାର କାରଣ ଅନୁସନ୍ଧାନ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking