14.1 C
Bhubaneswar
Sunday, December 7, 2025
Homeଓଡିଶାସ୍ଥାନାନ୍ତରିତ ହେଲେ ଆରୋଗ୍ୟ ପାଇଁ, ଫେରିଲେ ଶବ ହୋଇ

ସ୍ଥାନାନ୍ତରିତ ହେଲେ ଆରୋଗ୍ୟ ପାଇଁ, ଫେରିଲେ ଶବ ହୋଇ

ବଳଙ୍ଗା ଓ ଭୋଗରାଇ ନାରୀ ନ୍ୟାୟ ଯାତ୍ରା ଯଥାକ୍ରମେ ୧୨ ଏବଂ ୧୪ ରେ
ଭୁବନେଶ୍ୱର: ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ବାଲେଶ୍ୱର ଏବଂ ବଳଙ୍ଗା ଅପମୃତ୍ୟୁକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ । ଭବିଷ୍ୟତରେ କଂଗ୍ରେସ ଦଳ ଏନେଇ ଉକ୍ତ ଦୁଇ ସ୍ଥାନରେ ପଦଯାତ୍ରା କରିବା ସହ ରାଜ୍ୟବ୍ୟାପୀ ଥାନା ଘେରାଉ କାର୍ଯ୍ୟକ୍ରମ କରିବ ବୋଲି ସୂଚନା ଦେଇଥିଲେ ।

ବଳଙ୍ଗାର ଝିଅ ଆଉ ଆମ ଗହଣରେ ନାହାନ୍ତି । ଗତକାଲି ରାତିରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏବଂ କଂଗ୍ରେସର ସଦସ୍ୟଗଣ ବିମାନ ବନ୍ଦରଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଆମ ଝିଅ ନ୍ୟାୟ ପାଇପାରିଲା ନାହିଁ । ବଳଙ୍ଗା ପୀଡିତା ସ୍ବାସ୍ଥ୍ୟବସ୍ଥା ଦିଲ୍ଲୀ ଯିବା ପୂର୍ବରୁ ଠିକ ଥିଲା।କିନ୍ତୁ ସ୍ବାସ୍ଥ୍ୟାବସ୍ଥା ଉନ୍ନତି ବଦଳରେ ମୃତ୍ୟୁ ହେଲା। ସମୁଦାୟ ଚାରିଥର ବୟାନ ନିଆଯାଇଥିଲା । ଏଥିରୁ ଜଣାପଡୁଛି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିଲା । ତେବେ କଣ ହେଲା ତାଙ୍କର ହଠାତ ମୃତ୍ୟୁ ହୋଇଗଲା ? ବୟାନର ରେକର୍ଡିଙ୍ଗ ସାର୍ବଜନୀନ କଲେ ଅସଲ ରହସ୍ୟ ଜଣାପଡ଼ିବ ବାଇକରେ ଚାରିଜଣ ବସିକି ଯିବା ସମ୍ଭବ ନୁହେଁ ତେଣୁ ତିନିଜଣ ଦୁବୃର୍ତ୍ତ ପୀଡ଼ିତାଙ୍କୁ ବାଇକରେ ବସେଇକି ନେଇ ନାହାନ୍ତି ବୋଲି ପୁଲିସ ଯୁକ୍ତି କରୁଛି । କିନ୍ତୁ ଆଜି ମଧ୍ୟ ଗ୍ରାମ ମାନଙ୍କରେ ଚାରି ପାଞ୍ଚ ଜଣ ବସନ୍ତି । ତେଣୁ ପୁଲିସର ତର୍କର କୌଣସି ଆଧାର ନାହିଁ । କେବଳ ଭୁଆଁ ବୁଲାଇବା କଥା । ପ୍ରଥମରୁ ସେ ସ୍ପଷ୍ଟ ବୟାନ ଦେଇଥିଲା କିନ୍ତୁ ପୁଲିସ ବୟାନକୁ ସମ୍ମାନ ଦେଲାନାହିଁ । ଏଫଏମ କଲେଜ ଏବଂ ବଳଙ୍ଗା ଘଟଣାର ସାମଞ୍ଜସ୍ୟ ଅଛିବ। କଲେଜ ଆତ୍ମଦାହ ଘଟଣାରେ କିଏ ପେଟ୍ରୋଲ ଆଣିଥିଲା କିଏ ପ୍ରବର୍ତ୍ତାଇ ଥିଲା, ଆଜି ମଧ୍ୟ ସନ୍ଦେହ ଘେରରେ । ମୂଳକଥା ହେଲା, ପୁଲିସ କାହିଁକି ଏଫଆଇଆର ଗ୍ରହଣ କଲାନାହିଁ ? ସେଠାକାର ଏମପି, ଏମଏଲଏ, ମନ୍ତ୍ରୀ, ଏସପି, ଆଇଆଇସି ଏବଂ କଲେଜ ପ୍ରିନ୍ସପାଲଙ୍କ ଫୋନ କଲିଂ ରେକର୍ଡରୁ ସତ୍ୟ ପ୍ରଘଟ ହେବ । ପ୍ରକୃତରେ କାହା ପାଇଁ ପୁଲିସ ଏଫଆଇଆର ଗ୍ରହଣ କଲା ନାହିଁ ଜଣା ପଡ଼ିଯିବ । ମୁଁ ବାରମ୍ବାର ଏଫଆଇଆରକୁ ନେଇ ପ୍ରଶ୍ନ ପଚାରିଛି ଏବଂ ଏହାର ଉତ୍ତର ସରକାରଙ୍କୁ ଦେବାକୁ ପଡ଼ିବ ।ଏପଟେ ବଳଙ୍ଗା ପୀଡିତାର ବୟାନ ନେଇଥିଲେ ମଧ୍ୟ ପୁଲିସ ୧୫ ଦିନ ପର୍ଯ୍ୟନ୍ତ ଜଣେ ଅଭିଯୁକ୍ତକୁ ଗିରଫ କରି ପାରିଲା ନାହିଁ । ତେବେ ଅନୁସନ୍ଧାନକୁ ବୁଲାଇବା ପାଇଁ ବୟାନ ନେଲା ନା ଅଭିଯୁକ୍ତଙ୍କୁ ଧରିବା ପାଇଁ ବୋଲି ସଭାପତି ଶ୍ରୀ ଦାସ ପ୍ରଶ୍ନ ଉତଥାପନ କରିଛନ୍ତି ।

କଂଗ୍ରେସର ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ସୂଚନା ଦେଇ ସଭାପତି ଶ୍ରୀ ଦାସ କହିଛନ୍ତି ଯେ, ନାରୀ ନ୍ୟାୟ ପାଇଁ ଆସନ୍ତା ୧୪ ତାରିଖରେ ବାଲେଶ୍ୱର ଏଫଏମ କଲେଜରୁ ଭୋଗରାଇ ଏବଂ ୧୨ ତାରିଖରେ ବଳଙ୍ଗା ପୋଡି ଘଟଣାସ୍ଥଳରୁ ନିମାପଡା ଏକ ଶୋଭାଯାତ୍ରା ଆୟୋଜନ କରାଯିବ । ଆମେ ବଳଙ୍ଗା ପୀଡ଼ିତାଙ୍କ ନ୍ୟାୟ ପାଇଁ ୭ ଦିନ ସମୟ ଦେଇଛୁ। ଯଦି ନ୍ୟାୟ ନ ମିଳେ, ତେବେ କଟକ ସ୍ଥିତ ଡିଜିପି ଅଫିସ କଂଗ୍ରେସ ପକ୍ଷରୁ ଘେରାଉ କରାଯିବ । ପୁଣି ସାରା ରାଜ୍ୟରେ ଥାନା ଘେରାଉ କାର୍ଯ୍ୟକ୍ରମ ରହିଛି । ଆମର ଉଦ୍ଦେଶ୍ୟ ପୁଲିସ ସହ ଲଢେଇ ନୁହେଁ, ପୁଲିସକୁ ସଚେତନ କରିବା । ରାଜନୈତିକ ଅଭିସନ୍ଧି ରଖି ଅପରାଧୀଙ୍କୁ ସରକାର ସୁରକ୍ଷା ଦେଉଛି । ଆମେ ପୁଲିସକୁ ବିବେକ ଅନୁଯାୟୀ କ୍ରିୟାଶୀଳ ହେବାପାଇଁ ଅନୁରୋଧ କରୁଛୁ ବୋଲି ସଭାପତି ଶ୍ରୀ ଦାସ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking