25.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶସ୍ତ୍ରୀର ମୁଣ୍ଡ କାଟି ହତ୍ୟା କଲା ସ୍ୱାମୀ

ସ୍ତ୍ରୀର ମୁଣ୍ଡ କାଟି ହତ୍ୟା କଲା ସ୍ୱାମୀ

ତାମିଲନାଡୁ: ତାମିଲନାଡୁରୁ ସାମ୍ନାକୁ ଆସିଛି ଏକ ଛାତିଥରା ଘଟଣା। ସ୍ତ୍ରୀ ମୁଣ୍ଡ କାଟି ହତ୍ୟା କରିଛି ସ୍ୱାମୀସୂଚନା ଅନୁସାରେ, ତାମିଲନାଡୁର ଟୁଟିକୋରିନ୍‌ ଜିଲାରେ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ତାଙ୍କ ମୁଣ୍ଡ କାଟିବା ପରେ ଅପରାଧ ସମ୍ପର୍କରେ ବଖାଣିବା ପାଇଁ ସିଆର୍‌ପିଏଫ୍‌ କନଷ୍ଟେବଲ୍‌ ଥିବା ସ୍ବାମୀ ଜଣକ ଏକ ଟିଭି ଚ୍ୟାନେଲ୍‌ କାର୍ଯ୍ୟାଳୟରେ ପହଞ୍ଚତ୍ବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଗଣମାଧ୍ୟମର ଜଣେ ବ୍ୟକ୍ତିଙ୍କଠାରୁ ସୂଚନା ପାଇ ପୋଲିସ ଅଭିଯୁକ୍ତଙ୍କୁ ଚେନ୍ନାଇରୁ ଗିରଫ କରିଛି। ସ୍ତ୍ରୀ ଉମା ମାହେଶ୍ୱରୀ (୩୨)ଙ୍କ ଚରିତ୍ରକୁ ସନ୍ଦେହ କରି ତାମିଲ ସେଲ୍‌ଭାନ୍‌ ଗତ ୩୧ ତାରିଖରେ ତାଙ୍କୁ ଥାଲାଭାଇପୁରମ୍‌ସ୍ଥିତ ଘରେ ହତ୍ୟା କରିବା ପରେ ମୁଣ୍ଡ କାଟି ଦେଇଥିଲେ।

ଏହା ପରେ ସେ ତାଙ୍କର ୯ ବର୍ଷର ପୁଅ ଏବଂ ୭ ବର୍ଷର ଝିଅଙ୍କୁ ଶ୍ୱଶୁର ଘରେ ଛାଡ଼ି ଫେରାର ହୋଇଯାଇଥିଲେ। ୨ ଦିନ ପରେ ଅଭିଯୁକ୍ତ ଟିଭି ଚ୍ୟାନେଲ୍‌ ଅଫିସ୍‌ରେ ପହଞ୍ଚତ୍ ଅପରାଧ ସମ୍ପର୍କରେ ସର୍ବସାଧାରଣରେ ପ୍ରକାଶ କରିବାକୁ ଚାହୁଁଥିବା କହିଥିଲେ। ତାଙ୍କର ଏଭଳି ନିବେଦନରେ ଚକିତ ହୋଇ କାର୍ଯ୍ୟାଳୟର ଜଣେ କର୍ମଚାରୀ ଟେନାମପେଟ୍‌ ଏସିପି ଆରୋକିଆ ରବୀନ୍ଦ୍ରନ୍‌ଙ୍କୁ ଜଣାଇଥିଲେ। ପୋଲିସ ତୁରନ୍ତ ସେଠାରେ ପହଞ୍ଚି ତାମିଲଙ୍କୁ ଗିରଫ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking