ଭୁବନେଶ୍ୱର: ବଳଙ୍ଗା ଘଟଣାରେ ପୁରୀ ବନ୍ଦ ଡାକରା ଦେଲା ବିଜେଡି । ଆସନ୍ତା ୭ ତାରିଖରେ ପୁରୀ ବନ୍ଦ ଡାକରା ଦେଲା ଦଳ । ପୀଡିତାଙ୍କୁ ନ୍ୟାୟ ନମିଳିବା ପଯ୍ୟନ୍ତ ଆନ୍ଦୋଳନ ହେବ । ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲା ଦଳ । ସୂଚନା ଥାଉକି , ଗତକାଲି ରାତିରେ ଦିଲ୍ଲୀରୁ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ପୀଡ଼ିତାଙ୍କ ଗାଁ ବାୟାବରକୁ ମୃତଦେହ ନିଆଯାଇଛି । ସ୍ବତନ୍ତ୍ର କାରକେଡ ଜରିଆରେ କଡା ସୁରକ୍ଷାରେ ଭୁବନେଶ୍ବରୁ ବଳଙ୍ଗା ନିଆଯାଇଛି । ବିମାନ ବନ୍ଦରରେ ପହଞ୍ଚିବା ପରେ ବିଭିନ୍ନ ରାଜନୈତିକ ଦଳର ନେତା ପୀଡ଼ିତାଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ପହଞ୍ଚି ପରିବାର ଲୋକଙ୍କୁ ସାନ୍ତ୍ବନା ଦେଇଥିଲେ ।









