ଭୁବନେଶ୍ୱର: ମହିଳାଙ୍କ ନାଇଟ ସିଫ୍ଟ ନେଇ ନୂଆ ବିଜ୍ଞପ୍ତି ପରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ମହିଳା ନାଇଟ ସିଫ୍ଟ କରିପାରିବେ, ଏଥିପାଇଁ ଏକ ଫର୍ମ ପୂରଣ କରିଦେବେ । ଏନେଇ ଇଣ୍ଟରନାଲ କମିଟି କମ୍ପେ୍ଲନ କମିଟିକୁ ଚିଠି କରାଯାଇଛି । ନାଇଟ ସିଫ୍ଟ ପାଇଁ ମହିଳା ଦେବେ ସହମତି ପତ୍ର । କର୍ମଜୀବି ମହିଳାଙ୍କ ନାଇଟ ସିଫ୍ଟ ପାଇଁ ଆସିଲା ନୂଆ ବିଜ୍ଞପ୍ତି । ଘରୋଇ ଉଦ୍ୟୋଗ ଓ ବ୍ୟବସାୟିକ ପ୍ରତିଷ୍ଠାନର କର୍ମଜୀବୀ ମହିଳାଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରତିଷ୍ଠାନ ଏନେଇ ଶ୍ରମ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । କର୍ମକ୍ଷେତ୍ରରେ ଅତି କମରେ ୩ ଜଣ ମହିଳା କର୍ମଚାରୀ ଥିବା ଆବଶ୍ୟକ ।









