16.1 C
Bhubaneswar
Tuesday, February 10, 2026
Homeଓଡିଶାବଜ୍ରାଘାତରେ ଚାଷୀ ମୃତ

ବଜ୍ରାଘାତରେ ଚାଷୀ ମୃତ

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣାl ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ତିଳପଦା ଗ୍ରାମର ଜନୈକ ଯୁବକ ରବିବାର ଅପରାହ୍ନରେ ଗ୍ରାମ ପାର୍ଶ୍ୱ ନିଜ ଧାନଖେତରେ କାମ କରୁଥିବାବେଳେ ବଜ୍ରାଘାତରେ ଶିକାର ହୋଇଛନ୍ତି। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛିl ମୃତକ ହେଲେ ଉକ୍ତ ଗ୍ରାମର ଯୁବ ଚାଷୀ ଉମେଶ ସିଂର ପୁଅ ବାସୁଦେବ ସିଂ (୨୯) l ସୂଚନା ଅନୁଯାଇ ବାସୁଦେବ ଗାଁ ପାର୍ଶ୍ୱରେ ଥିବା ନିଜ ଧାନବିଲରେ କାମ କରୁଥିବା ବେଳେ ଅପରାହ୍ନ ପ୍ରାୟ ୨ଟାରେ ହଠାତ ଆକାଶରେ କଳାବାଦଲ ଘୋଟି ଯିବା ସହିତ ଘନଘନ ବିଜୁଳି ମାରି ବର୍ଷା ଆରମ୍ଭ ହୋଇଥିଲାl

ତେବେ ସେହି ସମୟରେ ବାସୁଦେବ ବଜ୍ରାଘାତର ଶିକାର ହୋଇ ବିଲରେ ଟଳି ପଡ଼ିଥିଲେ l ତେବେ ପାଖରେ ଥିବା ଅନ୍ୟ ଚାଷୀମାନେ ଅଳ୍ପକେ ବଞ୍ଚି ଯାଇଥିଲେ ଓ ବାସୁଦେବକୁ ଉଦ୍ଧାର କରି ଡାକ୍ତରଖାନା ନେବାକୁ ଚେଷ୍ଟା କରିଥିଲେ ବି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲାl ପରେ ତାଙ୍କ ମୃତଦେହକୁ ତିଳପଦା ସ୍ଥିତ ନିଜ ଘରକୁ ନିଆଯାଇଥିଲା ଓ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଡାକ୍ତରଖାନାକୁ ପଠାଯାଇ ବୈଶିଙ୍ଗା ପୁଲିସକୁ ଖବର ଦିଆଯାଇଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking