27.5 C
Bhubaneswar
Monday, June 22, 2026
Homeଓଡିଶାସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ବିଷ ପିଇଲେ ସ୍ତ୍ରୀ

ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ବିଷ ପିଇଲେ ସ୍ତ୍ରୀ

ତେଲକୋଇ: ତେଲକୋଇରେ ହାତୀ ଆତଙ୍କ। ଫସଲ ରକ୍ଷା କରିବା ଲାଗି ଘଉଡାଉଥିଲେ ଚାଷୀ, ଦଳି ଦେଲା ହାତୀ। ସ୍ଵାମୀଙ୍କ ମୃତ୍ୟୁ ଖବର ଶୁଣି ବିଷ ପିଇଦେଲେ ପତ୍ନୀ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଭୂଇଁୟା ଜୁଆଙ୍ଗ ପୀଢ ଫରେଷ୍ଟ ରେଞ୍ଜ ଅଞ୍ଚଳରେ। ମୃତକ ଗୋବିନ୍ଦପୁର ଗାଁର ଚାଷୀ ଦେବାଦୀ ବାରିକ ବୋଲି ଜଣାପଡିଛି। ଗତକାଲି ହାତୀପଲ ଗୋବିନ୍ଦପୁର ଗାଁରେ ଫସଲ ନଷ୍ଟ କରୁଥିଲେ। ଏତିକିବେଳେ ଗ୍ରାମବାସୀମାନେ ହାତୀ ମାନଙ୍କୁ ଘଉଡାଇଥିଲେ। ଏହି ସମୟରେ ଦନ୍ତା ଆକ୍ରମଣର ଶିକାର ହୋଇଥିଲେ ଦେବାଦୀ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ସ୍ଵାମୀଙ୍କ ମୃତ୍ୟୁ ଖବର ପାଇ ଦେବାଦିଙ୍କ ପତ୍ନୀ ରୁକ୍ଣଣୀ ବାରିକ୍ ବିଷ ପିଇ ଦେଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking