17.1 C
Bhubaneswar
Wednesday, February 11, 2026
Homeଓଡିଶାଜଙ୍ଗଲ ରାସ୍ତାକଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଜଙ୍ଗଲ ରାସ୍ତାକଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର: ସମ୍ବଲପୁରରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଡିମିରିମୁଣ୍ଡା ଛକରୁ ଡିମୁରିମୁଣ୍ଡା ଗାଁକୁ ଯିବା ନିଛାଟିଆ ଜଙ୍ଗଲ ରାସ୍ତା କଡ଼ରୁ ପୋଲିସ ରବିବାର ସକାଳୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ମହିଳା ଜଣକ ହେଲେ ଡିମିରିମୁଣ୍ଡା ଗ୍ରାମର ବନିତା ମହାକୁଳ। ମହିଳା ଜଣକ ପରିବା ବ୍ୟବସାୟ କରନ୍ତି।

ସେ କୁଚିଣ୍ଡା ଦୈନିକ ବଜାରରୁ ପରିବା କିଣି ଝାରସୁଗୁଡ଼ାରେ ବିକ୍ରି କରି ଶନିବାର ରାତିରେ ଘରକୁ ଫେରୁଥିଲେ। ତାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଛି। ସମ୍ବଲପୁରରୁ ସାଇଣ୍ଟିଫକ୍‌ ଟିମ୍‌ ସହ ସନ୍ଧନୀ କୁକୁର ଘଟଣାସ୍ଥଳରେ ପହଞ୍ଚିଛି। କୁଚିଣ୍ଡା ଏସ୍‌ଡିପିଓ ପ୍ରଦୀପ କୁମାର ଦାସ ଓ ଆଇଆଇସି ବାମଦେବ ଶଙ୍ଖୁଆଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଏନେଇ କୁଚିଣ୍ଡା ଥାନାରେ ଏକ ମାମଲା ରୁଜୁ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking