“ପ୍ରତ୍ୟେକ ଦିନ ଏହିପରି କରିବା ଉଚିତ।
ଦୁଃଖ କୁ Delete …
ଖୁସି କୁ Save …
ସମ୍ପର୍କକୁ Recharge …
ଶତୁ କୁ Erase …
ସତ କୁ Broadcast …
ମିଛ କୁ Switch off …
ପ୍ରେମ କୁ Incoming …
ଘୃଣା କୁ Outgoing …
ହସ କୁ Send …
ଲୁହ କୁ Inbox …
କ୍ରୋଧ କୁ Hold …
ସାହାଯ୍ୟ କୁ Ok …
ଏହାପରେ ଦେଖିବେ ଜୀବନର Ringtone କେତେ ମଧୁର ବାଜୁଛି … !!”
“ସୁଖ ଆଉ ଦୁଃଖ ନିଜ ଭାଗ୍ୟ ବଳରେ ମିଳିଥାଏ .. ଧନୀ ଗରିବ ଏଥିରେ କିଛି ନେବା ଦେବା ନଥାଏ … କାନ୍ଦିବାକୁଥିବ ଯଦି ରାଜପ୍ରାସାଦ ରେ ଥିଲେ ମଧ୍ୟ କାନ୍ଦିବାକୁ ପଡିବ , ଆଉହସିବାର ଥିବ ଯଦି ଝୁପୁଡ଼ି ଘରେ ମଧ୍ୟ ହସର ଗୁଞ୍ଜନଶୁଣା ଯାଉଥିବ !!”
“ପୃଥିବୀର ସବୁଠାରୁ ଭୟଙ୍କର ରୋଗର ନାମ ହେଲା ” Tension ” ଯାହା ମଣିଷକୁ ଧୀରେ ଧୀରେ ଧ୍ବଂସ ଓ ମୃତ୍ୟୁ ଦିଗକୁ ନେଇଯାଏ !!”
“ଅନ୍ୟ ମାନଙ୍କ କଥା ଶୁଣି ଚାଲିବ ତ କିଛି ବାଟ ପର୍ଯ୍ୟନ୍ତ ଯାଇ ପାରିବ … ନିଜକଥା ଶୁଣି ଚାଲିବ ତ ନିଜ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚି ପାରିବ .. !!”
ଧର୍ମ ତାକୁ କୁହାଯାଏ ଯେଉଁଥିରେ ଅନ୍ୟର ମଙ୍ଗଳ ହୁଏ । ଅନ୍ୟର ଅମଙ୍ଗଳ କରି , ଯେତେ ପୂଜା ପାଠ କଲେ ତାହା ପାପ ହିଁ ହୋଇଥାଏ …. ? !!”
“ସାରା ପୃଥଭଳି କୌଣସି ମଣିଷ ନାହାଁନ୍ତି , ଯାହାଙ୍କର କୌଣସି ସମସ୍ୟା ନାହିଁ ଏବଂ ପୃଥିବୀରେ ଏଭଳି କୌଣସି ସମସ୍ୟା ନାହିଁ , ଯାହାର ସମାଧାନ ନଥିବ !!”
ଦୁଃଖର ରାତି ପରେ ହିଁ ଶୁଭ ସକାଳ ଆସେ, କେବଳ ଆଶା ହରାନ୍ତୁ ନାହିଁ….
ଯେଉଁ ସମୟ ଆପଣଙ୍କୁ ଭାଙ୍ଗି ଦେଉଛି, ତାହା ଗଠନ ମଧ୍ୟ କରୁଛି….
ଅଦ୍ୟ ଅଗଷ୍ଟ ମାସ ୦୨ ତାରିଖ ୨୦୨୫ ମସିହା (ଶନିବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-ସିଦ୍ଧାର୍ଥ
ଶ୍ରାବଣମାସ- ଶୁକ୍ଳପକ୍ଷ
ତିଥି- ଅଷ୍ଟମୀ ଦିବା ଘ୦୬/୫୬ ଗତେ ନବମୀ
ନକ୍ଷତ୍ର- ବିଶାଖା
ଚନ୍ଦ୍ର- ତୁଳା ରାତ୍ରି ଘ୧୨/୧୯ ଗତେ ବିଛା
ଯୋଗ- ଶୁଭ
କରଣ – ବବ
ସୌରମାସ- କର୍କଟ ୧୮ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୨୭/୧୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୯/୫୨
*✧═════•❁❀
ଯୋଗିନୀ ଐଶାନ୍ୟେ ଦିବା ଘ୦୬/୫୬ ଗତେ ପୂର୍ବେ
ବୃଷ,ସିଂହ ଓ କନ୍ୟା ରାଶିର ଘାତବାର
ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଦିବା ଘ୦୬/୫୩ ମଧ୍ୟେ ଓ ଦିବା ଘ୦୪/୪୫ ଗତେ ଘ୦୫/୨୬ ମଧ୍ୟେ
ବାରବେଳା- ଦିବା ଘ୦୧/୧୫ ଗତେ ଘ୦୩/୦୮ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୯/୨୬ ଗତେ ଘ୧୨/୩୮ ମଧ୍ୟେ ଓ ରାତ୍ରି ଘ୦୮/୩୨ ଗତେ ଘ୧୧/୦୮ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧══•❁❀❁•═════✧
ଅଦ୍ୟ ଲାଉ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
: ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ।
✧═════•❁❀❁•═════
ବୃଷ:
ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି।
✧═════•❁❀❁•═════
ମିଥୁନ:
ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଫିସରେ କୌଣସି ଖୁସି ଖବର ମିଳିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।
✧═════•❁❀❁•═════
କର୍କଟ:
ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ। ସାହସିକ ଫଇସଲାରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।
✧═════•❁❀❁•═════
ସି˚ହ:
ଆଜି ଆପଣ କୌଣସି ନିଷ୍ପତି ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।
✧═════•❁❀❁•═════
କନ୍ୟା:
ଆଜି ଦିନଟି ଆପଣଙ୍କ ଲାଗି ଠିକ୍ଠାକ୍ ରହିବ। ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ। ମିତ୍ରଙ୍କର ପୂରା ସହଯୋଗ ପାଇବେ। ହଠାତ୍ ଧନପ୍ରାପ୍ତି ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।
✧═════•❁❀❁•═════
ତୁଳା:
ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲରହିବ । ଖୁବ୍ ମଜା କରିବେ ଓ ଖୁସି ରହିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ସୁଯୋଗ ମିଳିବ।
✧═════•❁❀❁•═════
ବିଛା:
କୌଣସି ରଚନାତ୍ମକ କାମରେ ଆଜି ଆପଣଙ୍କର ନାମ ଚର୍ଚ୍ଚା ରେ ରହିବ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାର ଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ।
✧═════•❁❀❁•═════
ଧନୁ:
ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ଆଜି ବିଶେଷ ଯତ୍ନବାନ ରହିପାରନ୍ତି। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ସ୍ଥଗିତ ଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରା ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।
✧═════•❁❀❁•═════
ମକର:
ଆପଣ ନିଜ କାମରେ ଆଜି ପ୍ରଶ˚ସା ଓ ପୁରସ୍କାର ପାରନ୍ତି ।ବାଣିଜ୍ୟ କରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ। ଧନ ସ˚ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ।
✧═════•❁❀❁•═════
କୁମ୍ଭ:
ଆଜି ଇଷ୍ଟଦେବୀ ଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
✧═════•❁❀❁•═════
ମୀନ:
ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ। ବଡ଼ ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟ କଚେରି ମାମଲାରେ ଚିନ୍ତା ବଢ଼ି ପାରେ










