31.1 C
Bhubaneswar
Monday, May 25, 2026
Homeଓଡିଶାଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ଜଣେ ଅଭିଯୁକ୍ତଙ୍କୁ କ୍ରାଇମ୍ ବ୍ରାଞ୍ଚ ଗିରଫ କରିଛି। ଯାହା ଫଳରେ ଏହି ମାମଲାରେ ଗିରଫ  ସଂଖ୍ୟା ୭କୁ ବୃଦ୍ଧି ପାଇଛି ବୋଲି କ୍ରାଇମବ୍ରାଞ୍ଚ ଡିଆଇଜି ବି. ଗଙ୍ଗାଧର ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।  ଗିରଫ ଅଭିଯୁକ୍ତ ହେଉଛନ୍ତି,  କଳାହାଣ୍ଡି ଜିଲ୍ଲାର  ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର  ଶିକ୍ଷକ ପ୍ରଶାନ୍ତ କୁମାର ଖମାରୀ। ପୂର୍ବରୁ ଏହି ମାମଲାରେ କ୍ରାଇମବ୍ରାଞ୍ଚ   ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ରାଜ୍ୟ ପୂର୍ବତନ କ୍ୟାଡର ଶିକ୍ଷକ ସଂଘର ପୂର୍ବତନ କାର୍ଯ୍ୟକାରୀ ସଭାପତି ବିଜୟ କୁମାର ମିଶ୍ର ଏବଂ କୋରାପୁଟ ଜିଲ୍ଲାର ପୂର୍ବତନ କ୍ୟାଡର ଶିକ୍ଷକ ସଂଘର ସଭାପତି ସନାତନ ବିଶୋୟୀଙ୍କ ସହ ଅଭିଯୁକ୍ତ ଶ୍ରୀ ଖମାରୀ ଏହି  ଅପରାଧିକ ଷଡ଼ଯନ୍ତ୍ରରେ ସାମିଲ  ଥିଲେ। ସେ ଓଡିଶାର ମାଧ୍ୟମିକ ଶିକ୍ଷା ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣାଙ୍କଠାରୁ  ପ୍ରଶ୍ନପତ୍ର ପାଇବା ସହ ତାକୁ  ନିଜ ହାତଲେଖାରେ ସେଗୁଡ଼ିକୁ ନକଲ କରିଥିଲେ।

ଖମାରୀଙ୍କ ବିରୁଦ୍ଧରେ ଏହି ଲିକ୍ ହୋଇଥିବା ପ୍ରଶ୍ନପତ୍ରଗୁଡ଼ିକୁ ପୂର୍ବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷାରେ ବିଫଳ ହୋଇଥିବା ଶିକ୍ଷକମାନଙ୍କୁ ବିକ୍ରି କରିବାର ଅଭିଯୋଗ ହୋଇଛି। ଆର୍ଥିକ କାରବାରର ତଦନ୍ତରୁ ଜଣାପଡିଛି ଯେ, ସେ ଶିକ୍ଷକମାନଙ୍କଠାରୁ ଟଙ୍କା ସଂଗ୍ରହ କରିବା ପରେ ଫୋନ ପେ  ମାଧ୍ୟମରେ ବିଜୟ କୁମାର ମିଶ୍ରଙ୍କୁ ₹୯୯,୦୦୦ ଟଙ୍କା ଟ୍ରାନ୍ସଫର କରିଥିଲେ। ତାଙ୍କ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକ ବର୍ତ୍ତମାନ  ଯାଞ୍ଚ କରାଯାଉଛି । କ୍ରାଇମବ୍ରାଞ୍ଚ ଖମାରୀଙ୍କ ମୋବାଇଲ୍ ଫୋନ୍ ଜବତ କରିଛି ଏବଂ ହାତଲେଖା ନମୁନା ସଂଗ୍ରହ କରିଛି, ଯାହାକୁ ପରୀକ୍ଷା ପାଇଁ ହ୍ୟାଣ୍ଡରାଇଟିଙ୍ଗ ବ୍ୟୁରୋ ଏବଂ ସାଇବର ଫୋରେନସିକ୍ ପଠାଯିବ ବୋଲି ଡିଆଇଜି ଶ୍ରୀ ଗଙ୍ଗାଧର ସୂଚନା ଦେଇଛନ୍ତି। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ ଏବଂ ଗିରଫ କରିବା ପାଇଁ ଅଧିକ ତଦନ୍ତ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking