17.1 C
Bhubaneswar
Sunday, December 7, 2025
Homeଓଡିଶାଶରଧାବାଲି ଦଳାଚକଟା ଘଟଣା: ରିପୋର୍ଟ ଦେଇପାରନ୍ତି ଉନ୍ନୟନ କମିସନର

ଶରଧାବାଲି ଦଳାଚକଟା ଘଟଣା: ରିପୋର୍ଟ ଦେଇପାରନ୍ତି ଉନ୍ନୟନ କମିସନର

ଭୁବନେଶ୍ୱର : ଶରଧାବାଲି ଦଳାଚକଟା ଘଟଣାରେ ଆଜି ରିପୋର୍ଟ ଦେଇପାରନ୍ତି ଉନ୍ନୟନ କମିସନର । ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବେ ଉନ୍ନୟନ କମିସନର ଅନୁ ଗର୍ଗ । ଜୁଲାଇ ୩୦ ସୁଦ୍ଧା ସମସ୍ତ ଶୁଣାଣି ଶେଷ ହୋଇଛି ।  ଶରଧାବାଲି ଅଘଟଣ ପରେ ତଦନ୍ତ କରି ମାସକ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।  ଚଳିତବର୍ଷ ରଥଯାତ୍ରା ସମୟରେ ପୁରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳଚକଟା ଘଟଣା ରାଜ୍ୟ ସରକାରଙ୍କୁ ବ୍ୟଥିତ କରିଥିଲା । ସମସ୍ତ ପ୍ରକାର ପ୍ରସ୍ତୁତି ସତ୍ତ୍ବେ ଏତେ ବଡ଼ ଅଘଟଣ ଘଟିଥିବାରୁ ନିଜେ ମୁଖ୍ୟମନ୍ତ୍ରୀ ଏହାକୁ ଅକ୍ଷମଣୀୟ କହିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଇ ଉପମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ସହ ବଡ଼ ବୈଠକ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଶରଧାବାଲି ଅଘଟଣ ପରେ ତତକ୍ଷଣାତ ବଦଳିଗଲେ ପୁରୀ ଜିଲ୍ଲାପାଳ ଓ ଏସପି । ଜିଲ୍ଲାପାଳ ସିଦ୍ଧାର୍ଥ ସ୍ୱାଇଁଙ୍କ ସ୍ଥାନରେ ଚଞ୍ଚଲ ରାଣା ନୂଆ ଜିଲ୍ଲାପାଳ ହୋଇଥିବାବେଳେ ବିନୀତ ଅଗ୍ରଓ୍ୱାଲଙ୍କ ସ୍ଥାନରେ ପିନାକ ମିଶ୍ରଙ୍କୁ ଏସପି ଦାୟିତ୍ୱ ଦିଆଗଲା ।  ଘୋଷଣାର କିଛି ସମୟ ମଧ୍ୟରେ ଉଭୟ ନୂଆ ଜିଲ୍ଲାପାଳ ଓ ଏସପି ପୁରୀ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ ଆରମ୍ଭ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking