28.1 C
Bhubaneswar
Tuesday, April 28, 2026
Homeଓଡିଶାସୁଶ୍ରୀ ପାରୁଲ ପଟାୱରୀଙ୍କ ନୂତନ ଦାୟିତ୍ଵ ଗ୍ରହଣ

ସୁଶ୍ରୀ ପାରୁଲ ପଟାୱରୀଙ୍କ ନୂତନ ଦାୟିତ୍ଵ ଗ୍ରହଣ

ଭୁବନେଶ୍ବର: ଆଜି ପୂର୍ବାହ୍ନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗରେ ନିର୍ଦ୍ଦେଶିକା ଭାବେ ସୁଶ୍ରୀ ପାରୁଲ ପଟାୱରୀ ନୂତନ ଦାୟିତ୍ଵ ଗ୍ରହଣ କରିଛନ୍ତି । ବିଭାଗର ଅତିରିକ୍ତ ଶାସନ ସଚିବ, ଶ୍ରୀମତୀ ସୋନିଆ ବେହେରା ପୁଷ୍ପଗୁଛ ପ୍ରଦାନ କରି ସ୍ଵାଗତ ଜଣାଇଥିବାବେଳେ ସୁଶ୍ରୀ ଜୟଶ୍ରୀ ତ୍ରିପାଠୀ, ବିତ୍ତ ପରାମର୍ଶଦାତା ତଥା ସ୍ଵତନ୍ତ୍ର ସଚିବ, ଅତିରିକ୍ତ ଶାସନ ସଚିବ ଶ୍ରୀ ଭାସ୍କର ରଇତୋ ଏବଂ ଦୀପକ ରାଉତରାୟ ତଥା ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସୁଶ୍ରୀ ପଟାୱରୀ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
ନୂତନ ନିର୍ଦ୍ଦେଶକ ଭାବେ ଯୋଗ ଦେବା ସହ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଭେଟିଥିଲେ । ବିଭାଗର କାର୍ଯ୍ୟକ୍ରମ ବିଷୟରେ ପଚାରି ବୁଝିଥିଲେ ଏବଂ ସମସ୍ତ ଅଧିକାରୀମାନଙ୍କୁ ଦାୟିତ୍ଵର ସହ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିଲେ ।ସୁଶ୍ରୀ ପଟାୱରୀଙ୍କ ଏହି ବିଭାଗରେ ଯୋଗଦେବା ପୂର୍ବରୁ ସେ ରାୟଗଡା ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ । ସେ ରାୟଗଡା ଜିଲାରେ କାର୍ଯ୍ୟରତ ଥିବା ସମୟରେ ଅଞ୍ଚଳବାସୀଙ୍କ ମଙ୍ଗଳ ପାଇଁ ସେ ବହୁ ଉନ୍ନତିମୂଳକ କାର୍ଯ୍ୟ ସବୁ କରିଛନ୍ତି । ସେ ଜଣେ ଜ୍ଞାନୀ, ସାହସୀ ଓ ଦକ୍ଷ ପ୍ରଶାସିକା ଭାବେ ରାୟଗଡା ଜିଲାରେ ବେଶ ଜଣାଶୁଣା । ତାଙ୍କର ବିଭାଗରେ ଯୋଗଦାନ ବିଭାଗର ସମସ୍ତ ଅଧିକାରୀ ଓ କମଚାରୀମାନଙ୍କୁ କର୍ମଚଞ୍ଚଳ କରିବେ ବୋଲି ଆଶା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking