26.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଋଷରେ ଭୟଙ୍କର ଭୂମିକମ୍ପ ପରେ ଆସିଲା ସୁନାମୀ

ଋଷରେ ଭୟଙ୍କର ଭୂମିକମ୍ପ ପରେ ଆସିଲା ସୁନାମୀ

ନୂଆଦିଲ୍ଲୀ: ଋଷରେ ଶକ୍ତିଶାଳୀ ଭୂମିକମ୍ପ ପରେ ସୁନାମୀ ଆତଙ୍କ ଦେଖାଦେଇଛି ।  କାମଚାଟକା ଉପକୂଳରେ ମାଡି ଆସିଲା ସୁନାମୀ । ଋଷର କୁରୁଲ ଆଇଲ୍ୟାଣ୍ଡରେ ମାଡ ହୋଇଛି ସୁନାମୀ ଢେଉ । ଜାପାନ ହୋକାଇଡୋର ଉତ୍ତର ଆଇଲ୍ୟାଣ୍ଡରେ ମାଡ ହେଲା ସୁନାମୀ । ଉପକୂଳକୁ ମାଡି ଆସିଲା ୧୫ ଫୁଟ ଉଚ୍ଚର ଜୁଆର । ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକଙ୍କୁ ସ୍ତାନାନ୍ତର କରାଯାଇଛି ।  ଉପକୂଳ ଅଞ୍ଚଳରେ ବ୍ୟାପତ କ୍ଷୟକ୍ଷତି ସୂଚନା ମିଳିଛି ।  ଭୂମିକମ୍ପରେ ବିଲଡିଂ ଭାଙ୍ଗି ରାସ୍ତାରେ ଫାଟ ସୃଷ୍ଟି  ହୋଇଛି । ଜାପାନର  ପ୍ରଶାନ୍ତ ମହାସାଗରୀୟ ଉପକୂଳରେ ସୁନାମୀ ଦେଖାଦେଇଛି । ଆମେରିକାର କାଲିଫଣ୍ଣିଆ ଏବଂ ହାୱାଇରେ ଆତଙ୍କ ଦେଖାଦେଇଛି । ଆମେରିକାର ଉପକୂଳବର୍ତ୍ତୀ ଅଞ୍ଚଳକୁ ନ ଯିବା ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଛି । ଯେକୌଣସି ସମୟରେ ଜରୁରୀକାଳୀନ ପରିସ୍ଥିତିରେ ମୁକାବିଲା ପାଇଁ  ପ୍ରସ୍ତୁତ ରହିବା ପାଇଁ ଏବଂ ଇଲୋକ୍ଟ୍ରୋନିକ୍ସ ଉପକରଣ ଗୁଡିକରେ ଚାର୍ଜ ରଖିବାକୁ କୁହାଯାଇଛି ।  ଏଥି ସହ ହେଲ୍ପ ଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି ।  ଋଷର ପୂର୍ବ କୈମଚଟକା ଅଞ୍ଚଳରେ ସକାଳୁ ସକାଳୁ ବଡ଼ ଧରଣର ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୮.୭ ରହିଥିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking