ବାରିପଦା: କୁଳିଆଣା ଥାନା ନୂଆଗାଁରେ ଘଟିଛି ଡବଲ ମର୍ଡର । ମାଟିତଳୁ ଉଦ୍ଧାର କରାଯାଇଛି ଦୁଇଟି ଶବ । ସୂଚନା ଅନୁସାରେ, ଗତ ୧୯ ତାରିଖରେ ଘଟିଥିଲା ଏହି ହତ୍ୟାକାଣ୍ଡା ନିଖୋଜ ଥିଲେ ଉଭୟେ । ଜ୍ୱାଇଁ ସ୍ତ୍ରୀ ଓ ଶାଶୁଙ୍କ ହତ୍ୟା କରି ମାଟିତଳେ ପୋତି ତା’ଉପରେ କଦଳୀ ଗଛ ଲଗାଇଥିଲା । ମୟୂରଭଞ୍ଜ ଜିଲ୍ଲା କୁଳିଆଣି ଥାନା ବଡନୂଆଗାଁରେ ଘଟିଛି ଏହି ଏଘଟଣ । ମୃତ ଦେହ ଜବତ କରି ତଦନ୍ତ କରୁଛି ପୋଲିସ । ଅଭିଯୁକ୍ତକୁ ଥାନାରେ ଅଟକ ରଖି ପୋଲିସର ଚାଲିଛି ପଚରାଉଚରା ।










